ପିପିଲି: ପୁରୀ ଜିଲ୍ଲା ପିପିଲି ବ୍ଲକ ଭାଲିଆବିଲ ସ୍ଥିତ ଶାନ୍ତି ମୈଦାନ ଠାରେ ପିପିଲି ସାଂସ୍କୁତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନର ପୁର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସ୍ୱଚ୍ଛତା ମାନବର ଅନ୍ତର୍ନିହିତ ଶକ୍ତିକୁ ବିକଶିତ କରିଥାଏ ବୋଲି ମତ ପ୍ରକାଶ କରିବା ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିସହ ସ୍ୱଚ୍ଛ ଭାରତ ମିଶନକୁ ତ୍ୱରାନ୍ୱିତ କରିବାରେ ପିପିଲି ସାଂସ୍କୃତିକ ପରିଷଦର ଉଦ୍ୟମକୁ ପ୍ରଶଂସା କରିଥିଲେ । ଏହି ଉତ୍ସବରେ ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ ।ଶିକ୍ଷାବିତ୍ ପ୍ରଫେସର ରାଧାମୋହନ, ଶତାୟୁ ପୁରୁଷ ନାଟ୍ୟକାର ତଥା ସମାଜସେବୀ କାଶୀନାଥ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ପରିଷଦର ବିଭିନ୍ନ ସମାଜସେବା କାର୍ଯ୍ୟ ଓ ସାଂପ୍ରତିକ ସମୟରେ ସ୍ୱଚ୍ଛ ଭାରତର ଆବଶ୍ୟକତା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସାଂସ୍କୃତିକ ପରିଷଦର ମୁଖ୍ୟ ତଥା ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର ବିବରଣୀ ପାଠ କରିଥିଲେ । ସ୍ୱଚ୍ଛ ଭାରତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା । ଉଲ୍ଲେଖନୀୟ ସମାଜ ସେବା ପାଇଁ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି,ରଜତ ରଞ୍ଜନ ଦାଶ,ଦିବାକର ଷଡଙ୍ଗୀ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ, ବରିଷ୍ଠ ସମାଜସେବୀ ଓ ବିଶିଷ୍ଠ ଶିକ୍ଷାବିତ୍ମାନଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ପରିଷଦର ସଭାପତି ମାଧବ ଚନ୍ଦ୍ର, ଶକ୍ତି ପ୍ରସନ୍ନ ପଟ୍ଟନାୟକ ଓ ମଧୁମିତା ନାୟକ ପରି·ଳନାରେ ସହଯୋଗ କରିଥିଲେ । ସଭା କାର୍ଯ୍ୟ ପରେ ପଲ୍ଲବୀ ଅନୁଷ୍ଠାନ ପକ୍ଷରୁ ସାଂସ୍କୁତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
previous post