ଓଡିଶା

ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଶୁଭାରମ୍ଭ

ଜୟନ୍ତ ସେଠୀ/ ଗୋପ: କେନ୍ଦ୍ର ଯୁବ ଓ କ୍ରୀଡା ବ୍ୟାପର ବିଭାଗ ଆହ୍ଵାନରେ ପୁରୀ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସ୍ୱଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ରର ପୂର୍ବାଞ୍ଚଳ ନିର୍ଦ୍ଦେଶକ ନବୀନ ନାୟକ, ଜାତୀୟ ସେବା ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ଯୁବକେନ୍ଦ୍ରର ନିର୍ଦ୍ଦେଶିକା ରିତା ଭଗତ, ରାଜ୍ୟ ସମାଜସେବା ପୁରସ୍କାର ବିଜେତା ସଂଘଟକ ବଦ୍ରି ମିଶ୍ର ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ପୁରୀ କେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀଙ୍କ ନେତୃତ୍ୱରେ ବିବିର୍ଣ୍ଣ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସମେତ ଜିଲ୍ଲାର ସଂଗଠକ ଉପେନ୍ଦ୍ର ବିଶ୍ୱାଳ, ସ୍ଵର୍ଣ୍ଣଲତା ଜେନା, ମନୋରଞ୍ଜନ ସୁନ୍ଦର ରାୟ, ସଞ୍ଜୟ କୁମାର ପ୍ରଧାନ, ସଂଯୁକ୍ତା ମାଝୀ ପ୍ରମୁଖ ବଡଦାଣ୍ଡ ଓ ବିବିର୍ଣ୍ଣ ସାହି ଗଳିରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ, ପଲଥିନ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମ ଅକ୍ଟବର ୧ରୁ ଅକ୍ଟବର ୩୧ତାରିକ ପର୍ୟ୍ୟନ୍ତ ଚାଲିବ । ଏହାରି ମଧ୍ୟରେ ଜିଲ୍ଲାର ବିବିର୍ଣ୍ଣ ବ୍ଲକ ଅଂଚଳରେ ବିବିର୍ଣ୍ଣ କ୍ଳବ, ସମର ଶିକ୍ଷାର୍ଥୀ ବାହିନୀ,ଓ ଜନପ୍ରତିନିଧି ମାନଙ୍କ ସହଯୋଗରେ ୧୧୦୦୦କିଲୋ ପ୍ଲାଷ୍ଟିକ ପଲଥିନ ସଂଗ୍ରହ କରାଯାଇ ତାହାକୁ ନଷ୍ଟ କରାଯିବାର ଲକ୍ଷ୍ୟ ରହିଛି ବୋଲି ପୁରୀ ସଂଯୋଜକ ଜୟଶଙ୍କର ଯୋଶୀ ସୂଚନା ଦେଇଛନ୍ତି ।

 

Related posts

କେନ୍ଦ୍ର ମନ୍ତ୍ରୀଙ୍କୁ ଏନସିଟିପି ପ୍ରତିନିଧିଙ୍କ ସାକ୍ଷାତ

mahabharatanews

ସରକାରୀ ସହାୟତା ନ ମିଳିଲେ ଆନ୍ଦୋଳନ ଚେତାବନୀ

mahabharatanews

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

mahabharatanews