(ମହାଭାରତ,ବୋଲଗଡ): ବୋଲଗଡ଼ ସହରର ନନ୍ଦିଘୋଷ ଭବନଠାରେ ଭାରତର ସ୍ୱାଧିନତା ଆନ୍ଦୋଳନକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ର ଐତିହାସିକ ତଥା ସମାଜସେବୀ ରବୀନ୍ଦ୍ର କୁମାର ପରିଡ଼ାଙ୍କ ୭୬ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଲୋଚନା ଚକ୍ରରେ ସ୍ୱାଧୀନତା ସଂଗ୍ରାମରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼କ୍ଟର ପ୍ରତିଶି ଆଚାର୍ଯ୍ୟ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଜୟକୃଷ୍ଣ ହୋତା ଓ ସମାଜସେବୀ ବିନୋଦ ମହାନ୍ତି ସାମିଲ ହୋଇଥିଲେ । ଏହି ଆଲୋଚନା ଚକ୍ରରେ ସାମଜସେବୀ କୃଷ୍ଣମୋହନ ପାଲଟାସିଂହ,ଶିକ୍ଷାବିତ ସୁମନ୍ତ ଛୋଟରାୟ,କାଳୀଚରଣ ଜୟସିଂହ,ଆଇନଜିବୀ ଅମୀର କୁମାର ପଟ୍ଟନାୟକ,ରଙ୍କନିଧି ବଳିୟାସିଂହ,କେଶବଚନ୍ଦ୍ର ରାଉତରାୟ ଓ ପ୍ରଫୁଲ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ପରେ ଐତିହାସିକ ଶ୍ରୀ ପରିଡ଼ାଙ୍କ ଜନ୍ମ ଜୟନ୍ତୀ ଉତ୍ସବରେ ସ୍ୱରଚିତ କବିତା ପାଠ କରିବାପରେ କବି ଅପର୍ତି ମଲ୍ଲିକ, ଅଇଁଠୁ ରଣଜିତ, ବାସୁଦେବ ପଟ୍ଟନାୟକ ଓ କବୟିତ୍ରୀ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ଦେଇ ଅତିଥି ଭାବେ ସମ୍ବର୍ଦ୍ଧିତ କରିଥିଲେ ।
previous post
next post