ଅପରାଧ

ହଷ୍ଟେଲ ରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ଏକ ଘରୋଇ କଲେଜ ହଷ୍ଟେଲ ଭିତରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଇନ୍ଫୋସିଟି ଥାନା ଅଧୀନରେ ଥିବା ଏକ ଘରୋଇ କଲେଜ ହଷ୍ଟେଲରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ କେଳି ଯାଇଛି । ମୃତ ଛାତ୍ରୀ ଜନକ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ପୁଲିସ୍ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
ଇନଫୋସିଟି ଥାନା ଅଧୀନ ଏକ ଘରୋଇ କଲେଜ ହଷ୍ଟେଲରେ ୨ ସହପାଠିନୀଙ୍କ ସହ ମୃତ ଛ।।ତ୍ରୀ ରହୁଥିଲେ । ୨ ସହପାଠୀ ନୂଆ ବର୍ଷ ପାଇଁ ଘରକୁ ଯାଇଥିବା ବେଳେ ଛାତ୍ରୀ ଏକାକୀ ନିଜ କୋଠରୀରେ ଝୁଲି ଆତ୍ମହତ୍ୟା କରିଛନ୍ତି । ତେବେ କଣ ପାଇଁ ଏପରି ଚରମ ପଦକ୍ଷେପ ନେଇଛନ୍ତି ସେ ନେଇ କାରଣ ସ୍ପଷ୍ଟ ହୋଇନାହିଁଃ ପୁଲିସ ଖବର ପାଇ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପଠାଇଛି । ଏଥିସହ ଛାତ୍ରୀଙ୍କ ଫୋନ ଜବତ କରିଛି । ଛାତ୍ରୀଙ୍କ ପରିବାର ବର୍ଗଙ୍କ ପଚରାଉଚରା କରିବା ସହ କେଉଁ କାରଣ ପାଇଁ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ ତାର ଖୋଳତାଡ କରୁଛି ।

 

Related posts

କୋରୁକୋଣ୍ଡା ମହିଳା ନାଏବ ସରପଞ୍ଚକୁ ନ୍ୟାୟ ମିଳିବ କେବେ

mahabharatanews

ପାରିବାରିକ କଳହରୁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

mahabharatanews

ଲାଞ୍ଚ ଦାବି କରି: ଆଦର୍ଶ ବିଦ୍ୟ।।ଳୟ ପ୍ରିନସିପାଲ ଗିରଫ

mahabharatanews

Leave a Comment