ପାରଳାଖେମୁଣ୍ଡି: ନିଜର ସନ୍ତାନ ନ ଥିବାରୁ ଅନ୍ୟର ଛୁଆ ଚୋରି କରିବାକୁ ନିଜକୁ ସ୍ୱାସ୍ଥ୍ୟକର୍ମୀର ପରିଚୟ ଦେଇ ମେଡିକାଲରୁ ଶିଶୁ ଚୋରି କରି ଧରାପଡ଼ିଲେ ମହିଳା । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ଏକ ଶିଶୁପୁତ୍ର ଚୋରି ମାମଲାର ପର୍ଦ୍ଦାଫାସ କରି ଅଭିଯୁକ୍ତ ଦମ୍ପତି ଓ ଅନ୍ୟ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ୍ । ଆନ୍ଧ୍ରପ୍ରଦେଶର ବାତିଲି ଥାନା ଅଞ୍ଚଳରୁ ଏହି ଦମ୍ପତିଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ୍ । ଏହାସହ ଅପହୃତ ଶିଶୁପୁତ୍ରକୁ ବି ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆଗଡ଼ା ଅଞ୍ଚଳର ମଦନ ବାଣୁଆଙ୍କ ପତ୍ନୀଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ମହିଳାଙ୍କର ଅସ୍ତ୍ରୋପ·ର ହୋଇଥିବାରୁ ଡାକ୍ତର ତାଙ୍କୁ କିଛି ଦିନ ଡାକ୍ତରଖାନାରେ ରହିବାକୁ କହିଥିଲେ । ଗତ ୨୧ ତାରିଖରେ ମୁଖ୍ୟ ଅଭିଯୁକ୍ତ ମହିଳା ଜଣକ ଡାକ୍ତରଖାନାରେ ପହଞ୍ଚି ନିଜକୁ ନର୍ସ ବୋଲି ପରିଚୟ ଦେଇଥିଲେ । ତାଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଥିଲେ । ଉକ୍ତ ଶିଶୁ ମୁଣ୍ଡରେ ଆଘାତ ଲାଗିଥିବାରୁ ଡାକ୍ତର ଦେଖାଇବାକୁ କହି ସେମାନେ ତାର ଆଈ ନିକଟରୁ ଶିଶୁକୁ ନେଇ ଯାଇଥିଲେ । କିନ୍ତୁ ବହୁ ସମୟ ପର୍ଯ୍ୟନ୍ତ ଶିଶୁଟି ତାର ମା’ ନିକଟକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ।
ପୁଲିସ୍ ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜ ଦେଖି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଗତକାଲି ଆନ୍ଧ୍ରରୁ ଅଭିଯୁକ୍ତ ଦମ୍ପତି ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ଦମ୍ପତିଙ୍କର କୌଣସି ପିଲା ଛୁଆ ନଥିବାରୁ ସେମାନେ ମେଡିକାଲରୁ ନବଜାତକୁ ନେଇ ·ଲି ଯାଇଥିବା ଗଜପତି ଏସପି ସାରା ଶର୍ମା କହିଛନ୍ତି ।
