ଓଡିଶା

ଆହୁରି ଖସିବ ତାପମାତ୍ରା

(ଭୁବନେଶ୍ବର) : ରାଜ୍ୟରେ ତାପମାତ୍ରା ଦୁଇ ଦିନ ତଳେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି ଉପରେ ରହୁଥିବା ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ସ୍ଥିତିକୁ ଫେରିଛି। ତାପମାତ୍ରା ଖସିବାରେ ଲାଗିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ଏପାଖ ସେପାଖ ହୋଇପାରେ। ନ ହେଲେ ସ୍ବାଭାବିକ ରହିବ। ମଙ୍ଗଳବାର ସକାଳ ସମୟରେ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡ଼ି ହୋଇପାରେ। ଗତ ୨୪ ଘଣ୍ଟାରେ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ବହୁ ସ୍ଥାନରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି।

 ଦାରିଙ୍ଗବାଡ଼ିରେ ୧୦.୫, ରାଉରକେଲାରେ ୧୦.୯, ଫୁଲବାଣୀରେ ୧୧, ନବରଙ୍ଗପୁର ଓ କୋରାପୁଟରେ ୧୧.୪, ଝାରସୁଗୁଡ଼ାରେ ୧୨.୬, ସୁନ୍ଦରଗଡ଼ରେ ୧୩, ଭବାନୀପାଟଣାରେ ୧୩.୫, ଢେଙ୍କାନାଳରେ ୧୩.୬, ସୋନପୁରରେ ୧୩.୭, ବଲାଙ୍ଗୀର ଓ ତାଳଚେରରେ ୧୪.୨, ଭଦ୍ରକରେ ୧୪.୫ ରହିଥିଲା। ଭୁବନେଶ୍ବର ସହରର ତାପମାତ୍ରା ୧୫.୭ ଡିଗ୍ରିକୁ ଖସି ଆସିଛି, ଯାହାକି ସ୍ବାଭାବିକ ୧୫.୯ ଡିଗ୍ରି ତୁଳନାରେ ସାମାନ୍ୟ କମ୍‌ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

 

Related posts

 ଭୁବନେଶ୍ୱର  ଫେରିଲେ ବିଜୟ ମହାନ୍ତି

mahabharatanews

ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣକୁ ନେଇ ଗୋଷ୍ଠି ବିବାଦ

mahabharatanews

ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ, ସର୍ବସାଧାରଣ ଦର୍ଶନ ବନ୍ଦ

mahabharatanews