ଓଡିଶା

 ହାଇକୋର୍ଟଙ୍କ ଅନୁମତି ବିନା ନୂଆ ଜିଲ୍ଲା ମନା  

(କଟକ) : ନୂଆ ଜିଲ୍ଲା ଗଠନରେ ରୋକ୍ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି ।

ସୂଚନାନୁଯାୟୀ , ଜିଲ୍ଲା ପୁନର୍ଗଠନ ପାଇଁ ସରକାର ପଦକ୍ଷେପ ନେଇପାରିବେ । ହେଲେ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ଏହି ଅନ୍ତରୀଣ ନିର୍ଦ୍ଦେଶ ପରେ ପଦ୍ମପୁର ଜିଲ୍ଲା ଗଠନକୁ ଝଟକା ଲାଗିଛି । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟରେ ଏହା ହୋଇପାରିବ ନାହିଁ । ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି ।

Related posts

ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀ ମୃତ

mahabharatanews

ଆଜି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ

mahabharatanews

ରାଜଧାନୀ ଭୁବନେଶ୍ୱରରୁ ଜାଲ ନୋଟ ଜବତ

mahabharatanews