ଓଡିଶା

ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ପରେ ରାସ୍ତା ଅବରୋଧ

ମଧୂସୁଦନ ବହିଦାର/ ବଲାଙ୍ଗୀର: ବଲାଙ୍ଗୀର ସୁଦପଡ଼ା ରେଲୱେ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ବଲାଙ୍ଗୀର ଉପ ଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାତାୟାତ ସ୍ୱାଭାବିକ ହେଇଥିଲା। ଦୁର୍ଘଟଣାଗ୍ରସ୍ତ ସ୍କୁଟିର ନମ୍ବର ଓଡି ୩୧ ସି ୨୮୨୩ । ମୃତକ ହେଲେ ଅନୀଲ ଠାକୁର, ଘର ବିହାର ଔରଙ୍ଗାବାଦ ଜିଲ୍ଲାର ଡୁଙ୍ଗୁରିଠାରେ । ମୃତକ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମରାଡୁଗୋଚ୍ଛା ଦେଶୀ ମଦ ଭାଟିରେ ମେନେଜର ଭାବେ କାର୍ୟ୍ୟରତ ଥିଲେ। ସେ କୌଣସି କାରଣବଶତଃ ବଲାଙ୍ଗୀର ସୁଦପଡା ମଦ ଭାଟିକୁ ଆସିଥିଲେ। ପୋଲିସ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Related posts

କ୍ୱାରେଣ୍ଟାଇନ ସେଣ୍ଟର ଛାଡିବାକୁ ଚାହୁଁ ନାହାନ୍ତି ପ୍ରବାସୀ

mahabharatanews

ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବୃଦ୍ଧି

mahabharatanews

ଜଳ ସମ୍ପଦ ବିଭାଗ ଅଧୀନ ଗ୍ରାଉଣ୍ଡ ଓ୍ବାଟର ବିଭାଗରେ କାମ କରିବେ ୩୬ ଜଣ ଭୂବିଜ୍ଞାନୀ

mahabharatanews