ଓଡିଶା

ବଲାଙ୍ଗୀର ପୋଲିସ ପ୍ରଶାସନ ଦ୍ୱାରା ରକ୍ତଦାନ ଶିବିର

ମଧୂସୁଦନ ବହିଦାର/ ବଲାଙ୍ଗୀର: ବଲାଙ୍ଗୀର ଟାଉନ ପୋଲିସ ଷ୍ଟେସନ ପରିସରରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ସବୁ ବର୍ଗର ଜନସାଧାରଣ ସ୍ୱଇଚ୍ଛାରେ ରକ୍ତଦାନ କରିଛନ୍ତି। ତେବେ ବଲାଙ୍ଗୀର ପୋଲିସର ଏହା ଦ୍ୱିତୀୟ ରକ୍ତଦାନ ଶିବିର । ବଲାଙ୍ଗୀର ଆରକ୍ଷୀ ଅଧିକାରୀ ସନ୍ଦୀପ ମଡ଼କରଙ୍କ ସଭାପତିତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ଶିବିରରେ ଉପସ୍ଥିତ ଥିଲେ । ଆଜିର ଏହି ଶିବିରରେ ମୋଟ ୨୦୦ ୟୁନିଟରୁ ଊଦ୍ଧ୍ୱର୍ ରକ୍ତ ସଂଗ୍ରହ ହୋଇଛି।ଏହି ରକ୍ତ ଦାନ ସମାଜ ପାଇଁ ଏକ ସୁବାର୍ତ୍ତା ଦେବ ଓ ରକ୍ତହୀନତାରେ କେହି ମୃତ୍ୟୁ ମୁଖରେ ପଡ଼ିବେ ନାହିଁ ଭଳି ମତ ପ୍ରକାଶ ପାଇଛି। ରକ୍ତ ଦାନ ପାଇଁ ମହିଳା ପୁରୁଷଙ୍କ ଲମ୍ବା ଧାଡ଼ି ଓ ଉତ୍ସାହ ପରିଲକ୍ଷିତ ହୋଇଛି।

Related posts

ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀ ଜାରି ରହିବ

mahabharatanews

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

mahabharatanews

ନଦୀରେ ଭାସୁଛି ଅଜଣା ମହିଳାଙ୍କ ମୃତ ଦେହ

mahabharatanews