ବିଶ୍ୱ

ହାରିସଙ୍କୁ ଭାରତ ଆମନ୍ତ୍ରଣ କଲେ ମୋଦି

ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଆମେରିକା ଗସ୍ତରେ ଥିବା ବେଳେ ଆଜି ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଭେଟିଛନ୍ତି । ମୋଦି କମଳାଙ୍କ ସହ ସାକ୍ଷାତକାର ସମୟରେ କରୋନା କାଳରେ ଆମେରିକାର ସହଯୋଗ ପାଇଁ ଧନ୍ୟବାଦ କରିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରାରମ୍ଭରେ ବ୍ୟକ୍ତିଗତ ସାକ୍ଷାତ କାର ହୋଇଥିଲା । ଏହି ଅବସରର ମୋଦି ହାରିସଙ୍କୁ ଭାରତ ଆସିବାକୁ ଅ।।ମନ୍ତ୍ରଣ କରିଛନ୍ତି । ପରେ ଉଭୟ ପ୍ରତିନିଧି ମଣ୍ଡଳୀୟ ବୈଠକରେ ସାମିଲ ହୋଇଥିଲେ ।
କମଳା ସ୍ପଷ୍ଟ କରିଥିଲେ କି, ପାକିସ୍ତାନରେ ଅନେକ ଆତଙ୍କବାଦ ସଂଗଠନ ସକ୍ରିୟ ରହିଛନ୍ତି । ପାକିସ୍ତାନକୁ ସଫା ସଫା କହିଛନ୍ତି ଯେ, ସେମାନେ ଆତଙ୍କୀ ସଂଗଠନ ବିରୋଧରେ ଆକ୍ସନ୍ ନିଅନ୍ତୁ, ଯେପରି ଭାରତ ଓ ଆମେରିକାର ସୁରକ୍ଷା ଉପରେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ । ବୈଠକ ପୂର୍ବରୁ ଦୁଇ ନେତା ମିଳିତ ଭାବରେ ମିଡିଆକୁ ସମ୍ବୋଧିତ କରିଥିଲେ ।
ପିଏମ୍ ମୋଦୀଙ୍କ ସହିତ ଆମେରିକାକୁ ଯାଇଥିବା ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟପ୍ରତି କମଳା ହାରିସ୍ ଙ୍କ ମଧ୍ୟରେ ଅନ୍ତରିକ୍ଷ ସହଯୋଗ, ସୂଚନା ପ୍ରଯୁକ୍ତିବିଦ୍ୟାରେ ଉନ୍ନତି, ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ସହିତ ଅନେକ କ୍ଷେତ୍ରରେ ସହଭାଗିତା ସମ୍ପର୍କରେ ଆଲୋଚନା ହୋଇଥିଲା ।

 

Related posts

ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ପର୍ବତାରୋହୀ ଅନୁରାଗ ମାଲୁ

mahabharatanews

ଭାରତର ଶ୍ରେଷ୍ଠ ୧୩ତମ ସ୍ଥାନରେ କିଟ୍ ବିଶ୍ୱବିଦ୍ୟାଳୟ

mahabharatanews

ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ଲାଗି ପାଦ ଦେବେ ଜଣେ ମହିଳା

mahabharatanews