(ହିଞ୍ଜିଳି/ରଜନୀକାନ୍ତ ପାତ୍ର): ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ,କନ୍ଦ୍ର ସରକାର ଆସନ୍ତା ମେ ୧୭ ତାରିଖ ପର୍ୟ୍ୟନ୍ତ ସାରା ଭାରତକୁ ଲକଡ଼ାଉନ ଘୋଷଣା କରିଛନ୍ତି । ସୁରତ, ବମ୍ବେ, କେରଳ, ହାଇଦ୍ରାବାଦ, ଆନ୍ଦ୍ରପ୍ରଦେଶ ସମେତ ବାହାର ରାଜ୍ୟରେ ରହି କାମ କରୁଥିବା ଓଡ଼ିଶାକୁ ଫେରାଇ ଆଣିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ପଦକ୍ଷେପ ଗହଣ କରିଛନ୍ତି । ସୁରଥରୁ ଏକ ଘରୋଇ ଯାତ୍ରୀବାହୀ ବସ ଯୋଗେ ୫୭ ଜଣ ପ୍ରବାସୀ ଓଡ଼ିଶା ଫେରି ଆସୁଥିଲେ । ଶନିବାର ରାତି ପ୍ରାୟ ୯ଟାରେ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଠାରେ ସଂପୃକ୍ତ ଘରୋଇ ଯାତ୍ରବାହୀ ବସ୍ଟି ଯାନ୍ତ୍ରିକ ତୃଟି ଯୋଗୁଁ ଅଟକି ଯାଇଥିଲା । ଖବର ପାଇ ବୌଦ୍ଧ ଜିଲ୍ଲାପାଳ ଘଟଣା ସ୍ଥଳରେ ପଂହଚି ୨ଟି ଯାତ୍ରୀବାହୀ ବସ ଯୋଗେ ଗଂଜାମ ଜିଲ୍ଲାକୁ ପଠାଇଥିଲେ । ସେଥି ମଧ୍ୟରୁ ଗୋଟିଏ ବସ୍ରେ ୧୮ ଜଣ ପ୍ରବାସୀ ହିଞ୍ଜିଳିକାଟୁ ପୌରାଂଚଳକୁ ଆସିଥିଲେ । ଖବର ପାଇ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ,ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରିଣୀ ଡ଼ାକ୍ତର ପ୍ରତିଭା ପାତ୍ରଙ୍କ ସମେତ ପୌର ପ୍ରଶାସନ ଓ ସ୍ୱାସ୍ଥ୍ୟ କର୍ମଚାରୀ ପୌରାଂଚଳ ହିଞ୍ଜିଳି କାଳୀ ମନ୍ଦିର ନିକଟସ୍ଥ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ପଂହଚିଥିଲେ । ବସ ପଂହଚିବା ପରେ ଫେରନ୍ତା ପ୍ରବାସୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା ଓ ଫେରନ୍ତା ପ୍ରବାସୀଙ୍କସଂପୃକ୍ତ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାପିତ କରାଯାଇଥିଲା । ବିଳମ୍ବିତ ରାତିରେ ଅନ୍ୟ ଏକ ଯାତ୍ରୀବାହୀ ବସ ଯୋଗେ ୫୬ ଜଣ ପ୍ରବାସୀ ପଂହଚିବା ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୌରାଂଚଳ ହିଞ୍ଜିଳି କାଳୀ ମନ୍ଦିର ନିକଟସ୍ଥ ନେତାଜୀ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ବେଳେ ଅବଶିଷ୍ଟ ୫୪ ଜଣଙ୍କୁ ଶାସନଆମ୍ବଗାଁ ବିଦ୍ୟାଳୟରେ ଅନୁଷ୍ଠିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପୋଲସରା ବ୍ଳକର ୫, ବେଲଗୁଣ୍ଠା ବ୍ଳକର ୫, ପୁରୁଷୋତମପୁର ବ୍ଳକର ୯, ଶେରଗଡ଼ ବ୍ଳକର ୧୭, ହିଞ୍ଜିଳି ବ୍ଳକର ୩, ପୌରାଂଚଳର ୨, ଜଗନ୍ନାଥପ୍ରସାଦ ବ୍ଳକର ୯, ବୁଗୁଡ଼ା ବ୍ଳକର ୫, ଖଲ୍ଲିକୋଟ ବ୍ଳକର ୨, ବେଗୁନିଆପଡ଼ା ବ୍ଳକର ୪, ଧରାକୋଟ ବ୍ଳକର ୨ ଓ ରଙ୍ଗେଇଲୁଣ୍ଡା ବ୍ଳକର ଜଣେ ପ୍ରବାସୀ ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଫେରନ୍ତା ପ୍ରବାସୀଙ୍କଦ୍ୱାବ ପରୀକ୍ଷା କରାଯ୍ଧବ ୧୪ ଦିନ ସକାଶେ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ । ଅନ୍ୟପକ୍ଷରେ ରବିବାର ଗଂଜାମ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଦେଖାଦେବା ପରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରୁ ପ୍ରବାସୀ ଚମ୍ପଟ ମାରିବା ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ବୋଲି ଥାନା ଆଇଆଇସି ଦାସ କହିଛନ୍ତି । ରବିବାର ସନ୍ଧ୍ୟାରେ ପୁଣିଥରେ ହିଞ୍ଜିଳିକାଟୁ ବ୍ଲକ୍ ଅଞ୍ଚଳକୁ ୨ଟି ଘରୋଇ ଯାତ୍ରୀବାହୀ ବସ ଯୋଗେ ୧୫୬ ଜଣ ପ୍ରବାସୀ ଫେରିଛନ୍ତି । ଫେରନ୍ତା ପ୍ରବାସୀଙ୍କୁ ସ୍ଥାନୀୟ ବ୍ଳକର ବିଭିନ୍ନ ପଞ୍ଚାୟତ ରେ ଅବସ୍ଥିତ ସଙ୍ଗରୋଧ କେନ୍ଦ୍ର ରେ ଅବସ୍ଥାପିତ କରାଯାଇଥିବା ଵିଡିଓ ପ୍ରସନ କୁମାର ପାତ୍ର ଙ୍କ ସୁତ୍ରରୁ ପ୍ରକାଶ
previous post