ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର କାଉନସିଲର ମହମ୍ମଦ ତାହିର ହୁସେନଙ୍କ ନାମରେ ଆସିଥିବା ଗୁଇନ୍ଦା ଅଧିକ।।ରୀ ହତ୍ୟା ଅଭିଯୋଗକୁ ନେଇ ସେ ଦିଲ୍ଲୀର ଏକ କୋର୍ଟରେ ଦାୟର କରିଥିବା ଅଗ୍ରୀମ ଜାମିନ ଆବେଦନର ଶୁଣାଣିକୁ ଆଜି କୋର୍ଟ ସ୍ଥଗିତ ରଖିଛନ୍ତି । ଏହି ମାମଲାରେ ନୋଟିସ କପିକୁ ଆବେଦନ ସିଟରେ ସଂଯୁକ୍ତ କରାଯାଇନ।ହିଁ ।
ପରାର ଥିବା ଏହି ଆପ ନେତା ଗତକାଲି କୋର୍ଟରେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ କୋର୍ଟରେ ଉପସ୍ଥିତ ହୋଇଥିଲେ । ଏହି ସମୟରେ କୋର୍ଟ ପରିସରରେ ହୁସେନଙ୍କ ଓକିଲଙ୍କ ବିରୋଧରେ ନାରାବାଜୀ ହୋଇଥିଲା । ଓକିଲ ମୁକେଶ କାଳିଆ ହୁସେନଙ୍କ ଅଗ୍ରୀମ ଜାମିନ ଆବେଦନ କୋର୍ଟରେ ଉପସ୍ଥାପିତ କରିଛନ୍ତି ।
ସୂଚନାଯୋଗ୍ୟ, ହୁସେନଙ୍କ ନାମରେ ଦିଲ୍ଲୀ ହିଂସା ପରେ ଅଭିଯୋଗ ଆସିଥିଲା । ଦିଲ୍ଲୀ ପୁଲିସ ହୁସେନଙ୍କ ଘର ଛାତରୁ ବିପୁଳ ପରିମାଣର ଇଟା, ପଥର, ପେଟ୍ରୋଲ ବୋମା ପରି ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରିବା ପରେ ତାଙ୍କ ନାମରେ ଅଭିଯୋଗ ଆସିଥିଲା କି ଦିଲ୍ଲୀ ହିଂସାରେ ହୁସେନ ସଂଶ୍ଳିଷ୍ଟ ଥିଲେ । ଏହା ପରେ ଆପ ତାଙ୍କୁ ଦଳରୁ ବହିଷ୍କାର କରି ଦେଇଥିଲା । ଏଥିସହ ଦିଲ୍ଲୀ ହିଂସା ସମୟରେ ଆଇବିର ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ପୁଲିସ ଏହି ମାମଲାରେ ହୁସେନଙ୍କ ନାମ ଆଣିଥିଲା କି ହୁସେନଙ୍କ ଇଙ୍ଗିତରେ ଅଙ୍କିତ ଶର୍ମାଙ୍କ ହତ୍ୟା କରାଯାଇଛି ।