ବିଶ୍ୱ

ୟୁସର ପ୍ରଥମ କୃଷ୍ଣକାୟ ଷ୍ଟେଟ ସେକ୍ରେଟେରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ୟୁଏସ ଷ୍ଟେଟ ସେକ୍ରେଟାରୀ ଜେନେରାଲ କଲିନ ପାୱେଲଙ୍କ ଆଜି ସକାଳେ ମୃତ୍ୟୁ ହୋଇଛି । ସେ କୋଭିଡ ଆକ୍ରାନ୍ତ ହୋଇ ତାଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । କଲିନ ୟୁସର ପ୍ରଥମ କୃଷ୍ଣକାୟ ଷ୍ଟେଟ ସେକ୍ରେଟେରୀ ଥିଲେ । ରିପବ୍ଲିକାନ ପୂର୍ବତନ ରାଷ୍ଟ୍ରପତି ଜଜ୍ ଡବ୍ଲୁ ବୁସଙ୍କ କାର୍ଯ୍ୟକାଳ ସମୟରେ ୨୦୦୧ରୁ ୨୦୦୫ ପର୍ଯ୍ୟନ୍ତ ସେ ଷ୍ଟେଟ ସେକ୍ରେଟାରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ପ୍ରାରମ୍ଭରେ କଲିନ ୟୁଏସ ଷ୍ଟାଫ ଚିଫର ଅଧ୍ୟକ୍ଷ ରହିଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଫେସବୁକରେ ଏହି ସୂଚନା ଦିଆଯାଇଛି । ଫେସବୁକରେ ପରିବାର ପକ୍ଷରୁ କୁହାଯାଇଛି, ସେ ସମ୍ପୂର୍ଣ୍ଣ ଟୀକା ପାଇଥିଲେ ମଧ୍ୟ କୋଭିଡରେ ତାଙ୍କ ଅବସ୍ଥାରୁ ଗୁରୁତର ହୋଇଯିବାରୁ ୟୁଏସ ପୂର୍ବତନ ଷ୍ଟେଟ ସେକ୍ରେଟାରୀ ଜେନେରାଲ କଲିନ ଏଲ ପାୱେଲଙ୍କ ସୋମବାର ସକାଳେ ମୃତ୍ୟୁ ହୋଇଛି ।

Related posts

୨୦୨୪ ରାଷ୍ଟ୍ରପତି ନିର୍ବାଚନ ମୈଦାନକୁ ପୁଣି ଓହ୍ଲାଇଲେ ଡୋନାଲ୍ଡ ଟ୍ରମ୍ପ

mahabharatanews

ଚୀନ୍‌ରେ ଭୂମିକମ୍ପ 

mahabharatanews

ଓମିକ୍ରନର ସବ ଷ୍ଟ୍ରେନ ବିଏ. ୨ ବ୍ରିଟେନରେ ଚିନ୍ତା ବଢାଇଛି

mahabharatanews