ଓଡିଶା

ହିଞ୍ଜିଳି ଗ୍ରାମ୍ୟ ବିକାଶର ଚିତ୍ର ଦେଖିଲେ କେନ୍ଦ୍ର ସରକାରଙ୍କ ଯୁଗ୍ମ ସଚିବ

ହିଞ୍ଜିଳି/ ରଜନୀକାନ୍ତ ପାତ୍ର: ଭାରତ ସରକାରଙ୍କ କାର୍ମିକ, ଲୋକ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ଅନ୍ତର୍ଭୁକ୍ତ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗର ଯୁଗ୍ମ ସଚିବ ଏନବିଏସ ରାଜପୁତ ହିଞ୍ଜିଳିକାଟୁ ଗସ୍ତରେ ଆସି ଗ୍ରାମାଞ୍ଚଳରେ ହୋଇଥିବା ଉନ୍ନୟନ ମୂଳକ ଓ ଏକାଭିମୁଖି କାର୍ଯ୍ୟ ସମୂହକୁ ବୁଲି ଦେଖିଛନ୍ତି। ଗଞ୍ଜାମ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଓ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଉପସ୍ଥିତ ରହି ଯୁଗ୍ମ ସଚିବ ଶ୍ରୀ ରାଜପୁତଙ୍କୁ ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଶାସନ ଆମ୍ବଗାଁ ଗ୍ରାମପଞ୍ଚାୟତର ଅଣୁ ଜୈବ ଖତ କେନ୍ଦ୍ର, ସାମଗ୍ରୀ ପୁନରୋଦ୍ଧାର ବ୍ୟବସ୍ଥା, ଆଦର୍ଶ ପୋଖରୀ, ଗ୍ରାମୀଣ ଉଦ୍ୟାନ, ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର, ସାରୁ ଗ୍ରାମପଞ୍ଚାୟତର ରୂପାନ୍ତରିତ ବିଦ୍ୟାଳୟ, ବିଜୁ ପଞ୍ଚାୟତ ପାଠାଗାର ଏବଂ ପୋଚିଲିମା ଗ୍ରାମପଞ୍ଚାୟତର ଆଦର୍ଶ ଗାଈଗୋରୁ ଆବାସ ଇତ୍ୟାଦିର ଲୋକାଭିମୁଖି କାର୍ଯ୍ୟକୁ ବୁଲି ଦେଖିଥିଲେ। ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ. ରଘୁନାଥ, ଜିଲାପରିଷଦ ସଦସ୍ୟ ଅଜିତ କୁମାର ପାତ୍ର, ଗ୍ରାମ୍ୟ ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ଦଳାଇ, ବ୍ଳକ ଯୁବ ବିଜେଡି ସଭାପତି ମନୋଜ କୁମାର ସାବତ, ପୋଚିଲିମା ସରପଞ୍ଚ ଭାଣ୍ଡି ରବୀନ୍ଦ୍ର, କନିଷ୍ଠ ଯନ୍ତ୍ରୀ ଜାନକୀ ପାତ୍ର, ପ୍ରମୁଖଙ୍କ ସହ ଯୁଗ୍ମ ସଚିବ ଶ୍ରୀ ରାଜପୁତ ଆଲୋଚନା କରିବା ସହ ହିଞ୍ଜିଳିରେ ହୋଇଥିବା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

 

Related posts

ଆଜି ହେଉଛି ବିଶ୍ବ ଏଡ୍‌ସ ଦିବସ

mahabharatanews

୧୦ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରରେ ଆସି ପହଂଚିବେ

mahabharatanews

ଆସନ୍ତା ୨୪ ଘଣ୍ଟରେ ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା

mahabharatanews