ଅପରାଧଓଡିଶା

ୟୂୁଟ୍ୟୁବରେ ଅଶ୍ଲୀଳ ପୋଷ୍ଟ ପଡିଲା ମହଙ୍ଗା

(ସମ୍ବଲପୁର) ; ୟୁଟ୍ୟୁବ ବର୍ତ୍ତମାନର ଟ୍ରେଣ୍ଡ ହୋଇଗଲାଣି । ଆଉ ସବୁ ବୟସର ବର୍ଗ ଏହି ୟୁଟ୍ୟୁବ ପ୍ରତି ବେଶ ଆକୃଷ୍ଟ । ୟୁଟ୍ୟୁବରେ ବିଭିନ୍ନ ଜିନିଷ ପୋଷ୍ଟ କରାଯାଇଥାଏ । ତେବେ ଜଣେ ୟୁଟ୍ୟୁବ ଚ୍ୟାନେଲରେ ଅଶ୍ଳୀଳ ପୋଷ୍ଟ କରିବା ପଡ଼ିଲା ମହଙ୍ଗା । ଯାହା ଫଳରେ ଏହି ମାମଲାରେ ଜଣକୁ ଗିିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ବୁଦ୍ଧବାହାଲର ସମରା ଗାଁର ଲକ୍ଷେଶ୍ୱର ମଲ୍ଲିକ। ତାଙ୍କ ବିରୋଧରେ ୟୁଟ୍ୟୁବରେ ଜଣେ ମହିଳାଙ୍କର ଫଟୋ ସହିତ ଅଶ୍ଳୀଳ ଭାଷା ପ୍ରୟୋଗ କରାଯାଇଥିବା ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା। ଲକ୍ଷେଶ୍ୱରର ସମ୍ବଲପୁରୀ ଦୁକାନ ନାଁରେ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି। କିଛି ଦିନ ତଳେ ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ଅଙ୍ଗନବାଡି ମହିଳା କର୍ମୀଙ୍କର ଫଟୋ ସହିତ କିଛି ଅଶ୍ଳୀଳ ଶବ୍ଦ ଏବଂ ତାଙ୍କୁ ଅପମାନିତ କଲା ଭଳି ଭାଷାର ପ୍ରୟୋଗ କରୁଥିବା ଭିଡିଓ ପୋଷ୍ଟ କରିଥିଲେ। ଯାହାକୁ ନେଇ ଲକ୍ଷେଶ୍ୱରଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଏତଲା ପରେ ଅଭିଯୁକ୍ତକୁ ବଲାଙ୍ଗିରରୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ଅଭିଯୁକ୍ତଙ୍କ ନିକଟରୁ ଆପତ୍ତିଜନକ ସାବ୍ୟସ୍ତ ସାମଗ୍ରୀ ଜବତ କରିବା ସହ ତଦନ୍ତକାରୀ ଅଧିକାରୀ ତାଙ୍କ ବିରୋଧରେ ପର୍ୟ୍ୟାପ୍ତ ପ୍ରମାଣ ସଂଗ୍ରହ କରିଛନ୍ତି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ତେବେ ସେ ପୋଷ୍ଟ କରିଥିବା ଭିଡିଓଟି ଡିଲେଟ କରିଦେଇଥିବା ଜଣାପଡିଛି ।

Related posts

ବିଦ୍ୟୁତ ଅପବ୍ୟବହାର ରୋକିବା ନେଇ ପଥପ୍ରାନ୍ତ ନାଟକ ଆୟୋଜିତ

mahabharatanews

ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

mahabharatanews

କେନ୍ଦୁଝରରେ ଥାଇପାରେ ସୁନା ଖଣି!

mahabharatanews