ଅପରାଧ

ଶୋଇଥିବା ଅବସ୍ଥାରେ ବେକ କାଟିଦେଲା ଦୁର୍ବୃତ୍ତ

ରାୟଗଡା: ରାୟଗଡା ଜିଲ୍ଳା ଅମ୍ବାଦୋଲା ରଘୁବାରି ଗ୍ରାମରେ ଘଟିଯାଇଛି ଏକ ଅମାନବୀୟ ଘଟଣା । ଜଣେ ଯୁବକଙ୍କୁ ଶୋଇଥିବା ଅବସ୍ଥାରେ ଗଳାକାଟି ହତ୍ୟା କରାଯାଇଥିବା ଜଣାଯାଇଛି । ଗ୍ରାମର ଶିବ ଡଙ୍ଗୀରି ଏହି ହତ୍ୟାକାଣ୍ଡର ଶିକାର ହୋଇଛନ୍ତି । ଆଜି ଅପରାହ୍ନରେ ଖାଇ ସାରି ଦୋକାନ ପିଣ୍ଡାରେ ଶୋଇଥିଲେ ଶିବ । ଏହି ସମୟରେ ପଡୋଶୀ ପତ୍ରାପଡା ଗ୍ରାମର ଜଣେ ଯୁବକ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଶିବଙ୍କ ଉପରେ ଆକ୍ରମଣ କରିଥିଲା । ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ବେକ କାଟି ଦେଇଫେରାର ହୋଇ ଯାଇଥିଲା ଦୁର୍ବୃତ୍ତ । ଖଳରେ ଘଟଣାସ୍ଥଳରେ ହିଁ ଶିବଙ୍କର ମୃତ୍ୟୁ ଘଟିଛି ।
ଏହାପରେ ଶିବଙ୍କ ପରିବାର ଲୋକେ ଅମ୍ବାଦୋଳା ତାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଆଧାର କରି ପୋଲିସ ଘଟରାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ ।

Related posts

କୋଭିଡ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଅଖାଦ୍ୟ

mahabharatanews

ପୁଅ ଆଶାରେ ୫ କନ୍ୟା ସନ୍ତାନଙ୍କ ବାପାର ଦ୍ୱିତୀୟ ବିବାହ ବିଫଳ

mahabharatanews

ଗିରଫ ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ

mahabharatanews