କଣିହାଁ: ଅନୁଗୋଳ ଜିଲ୍ଲା ପାଲଲହଡ଼ା ବ୍ଲକ ରଜଡଙ୍ଗ ଗ୍ରାମରେ ରବିବାର ଅପରାହ୍ନରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛ । ଏହି ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ ହୋଯାଇଥିବା ବେଳେ ପ୍ରାୟ ୧୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି ।
ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨.୧୫ ମିନିଟ ସମୟରେ ରଜଡ଼ଙ୍ଗ ଗ୍ରାମର ତ୍ରିଲୋଚନ ଦାଶଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ପ୍ରଥମେ ନିଆଁ ଲାଗିଯାଇଥିଲା । ଏହା ପରେ ତିନୋଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ମାତ୍ରେ ପରିବାର ଲୋକେ ଦମକଳ ବାହିନୀକୁ ଯୋଗାଯୋଗ କରିଥିଲେ । ଖବର ପାଇ ପାଲଲହଡା ଏବଂ କଣିହାଁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଦେବାର ବହୁ ବିଳମ୍ବରେ ଅଗ୍ନିଶମ ଗାଡି ପହଞ୍ଚିବା ପୂର୍ବରୁ ୧୦ ବଖରା ସମ୍ପର୍ଣ୍ଣ ପୋଡି ନଷ୍ଟ ହୋଇଯାଇଥିଲା । ବିଳମ୍ବକୁ ନେଇ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ପାଲଲହଡା ବିଧାୟକ ମୁକେଶ କୁମାର ପାଲ, ବ୍ଲକ ଅଧକ୍ଷ ନବକିଶୋର ନାୟକ, ତହସିଲଦାର ପହଞ୍ଚି ବିପନ୍ନ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ । କ୍ଷୟକ୍ଷତିର ଆକଳନ କରିବା ସହ ତୁରନ୍ତ ଅଗ୍ନି ବିପନ୍ନ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ତହସିଲଦାରଙ୍କୁ ବିଧାୟକ ଶ୍ରୀଯୁକ୍ତ ପାଳ ନିର୍ଦେଶ ଦେଇଥିଲେ ।