ଓଡିଶା

୧୩୭୧ ଜଣ ପ୍ରବାସୀ ବ୍ୟକ୍ତି ଆସିଲେ ପୁରୀ ଜିଲ୍ଲାକୁ

(ଗୋପ/ଜୟନ୍ତ ସେଠି): ପୁରୀ ଜିଲ୍ଲାକୁ ଆସୁଥିବା ପ୍ରବାସୀ ବ୍ୟକ୍ତିଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ କ୍ଵାରେନଣ୍ଟାଇନ ବ୍ୟବସ୍ଥା ହୋଇଛି । ପ୍ରବାସୀମାନେ ଆସିବା ପରେ ତାଙ୍କୁ ସ୍କ୍ରିନିଂ କରାଯାଉଛି। କୃପାଜଳ ଇଞ୍ଜିନିୟରିଂ କଲେଜରେ ଜିଲ୍ଲା ଅଵ୍ୟର୍ଥନା କେନ୍ଦ୍ର ହୋଇଛି । ସେଠରେ ସ୍କ୍ରିନିଂ ପରେ ପ୍ରବାସୀ ନିଜ ଅଞ୍ଚଳ ରେ କ୍ଵାରେନଣ୍ଟାଇନ ସେଣ୍ଟରକୁ ପଠାଯାଉଛି। ତେବେ ପୁରୀ ସହର ବେଶ ଘନ ଜନବସତି ପୂର୍ଣ୍ଣ ଅଞ୍ଚଳ ହୋଇ ଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରବାସୀ ମାନଙ୍କୁ ହୋମ କ୍ଵାରେନ ଟାଇନ ରେ ରଖା ଯିବ ନାହିଁ। ସେହିପରି ଯେଉଁ ମାନେ ପେଡ କ୍ଵାରେନଣ୍ଟାଇନ ରେ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ମଧ୍ୟ ହୋଟେଲ ଗୁଡିକ ରେ ପେଡ କ୍ଵାରେନଣ୍ଟାଇନ ର ବ୍ୟବସ୍ଥା ରହିଛି। ବର୍ତ୍ତମାନ ସୁଧା ଏକ ହଜାର ଲୋକ ରହିବା ଭଳି ବ୍ୟବସ୍ଥା ପୁରୀ ସହରରେ କରାଯାଇଛି। ଅଵଶ୍ୟକ ପଡିଲେ ଅଧିକ ବ୍ୟବସ୍ଥା ହେବ। ପୁରୀ ଜିଲ୍ଲାପାଳ ଙ୍କ ସୂଚନା ଅନୁଯାୟୀ ୧୩୭୧ ଜଣ ପ୍ରବାସୀ ବ୍ୟକ୍ତି ଏ ପର୍ୟ୍ୟନ୍ତ ପୁରୀ ଜିଲ୍ଲାକୁ ଆସିଛନ୍ତି। ତେବେ ଲକଡାଉନ ସମୟରେ ସମସ୍ତେ ନିୟମ ପାଳନ କରିବା ସହ କୋଭିଡ ଗାଇଡ଼ଲାଇନ ମାନିବାକୁ ପୁରୀ ଜିଲ୍ଲାବାସୀ ଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।

Related posts

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

mahabharatanews

ପାରିବାରିକ କଳହରୁ ହିଂସା, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

mahabharatanews

ମିଥ୍ୟା ଖବର ପ୍ରଚାର କରି ଜଣେ ଗିରଫ

mahabharatanews