ଓଡିଶା

ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଣିଜ୍ୟ କର ଓ ଜିଏସଟି ଅତିରିକ୍ତ କମିଶନର ପୀୟୁଶ ପାଣିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ୱର ସ୍ଥିତ ଚକେଇଶିଆଣିରେ ଥିବା ତାଙ୍କର ଆବାସିକ ତିନି ମହଲା କୋଠା। ଯାଜପୁର ଖୋର୍ଦା ଛକ ଠାରେ ଥିବା ତାଙ୍କ ପୈତୃକ ଜମିରେ ଥିବା ତିନି ମହଲା ବିଶିଷ୍ଟ କୋଠା ଓ ଆଉ ଗୋଟିଏ ମହଲା ବିଶିଷ୍ଟ କୋଠାରେ ଚଢାଉ କରାଯାଇଛି। ଓଏଫଏସି ଟାୱାର, ଓଏମପି କଟକରେ ଥିବା ତାଙ୍କ ଅଫିସ, ଭୁବନେଶ୍ୱର ଅନ୍ଧାରୁଆରେ ଥିବା ନିର୍ମାଣାଧୀନ ପ୍ଲଟ, ସାମପୁର ମୌଜାରେ ଥିବା ପ୍ଲଟ, ସୁନ୍ଦରପୁର ମୌଜାରେ ଥିବା ପ୍ଲଟ ମଧ୍ୟ ଚଢାଉ ଜାରି ରହିଛି। ସମ୍ପୃକ୍ତ ଚଢାଉରେ ୫ ଜଣ ଡିଏସପି ଓ ୧୧ ଜଣ ଇନସପେକ୍ଟର ସାମିଲ ହୋଇଛନ୍ତି। ୱାରେଣ୍ଟ ଆଧାରରେ ଏହି ଚଢାଉ କାର୍ଯ୍ୟ କରୁଛି ଭିଜିଲାନ୍ସ ଟିମ୍ କହିଛି।

Related posts

ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

mahabharatanews

ମାଲକାନଗିରି ଜିଲ୍ଲା ପରିଦର୍ଶନ କଲେ କୋଭିଡ୧୯ ନୋଡାଲ ଅଧିକାରୀ

mahabharatanews

ଲଗାଣ ବର୍ଷା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

mahabharatanews