ଓଡିଶା

୧୬ରେ ସୃଷ୍ଟି ହେବ  ଏକ ଘୂର୍ଣ୍ଣିବଳୟ

(ଭୁବନେଶ୍ୱର) : ରାଜ୍ୟରେ ଜୁନ ପରେ ଜୁଲାଇରେ ମଧ୍ୟ ନିଅଣ୍ଟିଆ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ନୂଆପଡ଼ା, ବରଗଡ଼, ସୁବର୍ଣ୍ଣପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳରେ ବର୍ଷା ହେବ ସମ୍ଭାବନା ଥିବା ବେଳେ  ୧୫ ତାରିଖ ଦିନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି।

ସୂଚନାନୁଯାୟୀ , ଆସନ୍ତା ୧୬ ତାରିଖ ଆଡ଼କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପ୍ରଭାବ ବଢ଼ିବ। ୧୭ ତାରିଖ ଦିନ ସାରା ଓଡ଼ିଶାରେ ବର୍ଷିପାରେ।  ଜୁଲାଇ ଶେଷ ୨ ସପ୍ତାହରେ ଭଲ ବର୍ଷା ସମ୍ଭାବନା ଥିବାରୁ ନିଅଣ୍ଟିଆ ବର୍ଷାର ଭରଣା ହୋଇପାରେ ବୋଲି ଆଶା କରାଯାଇଛି।

 

Related posts

ପାରାଦୀପ ବନ୍ଦର ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ।

mahabharatanews

ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ

mahabharatanews

ସଟ ଡାଉନରେ କିଏ ଯିବେ କେମିତି

mahabharatanews