ଓଡିଶା

ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ଆଜି ଓଡିଶା ସରକାର ଓଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ରାଜ୍ୟ ଲେବର ଆଣ୍ଡ ଇଏସଆଇର ଅତିରିକ୍ତ ସଚିବ ଓଏଏସ ସୁଧାକର ବର୍ଗୀଙ୍କୁ ବଦଳି କରାଯାଇ ଓଏମବିଏଡିସିର ସାଧାରଣ ପରିଚାଳକ କରାଯାଇଛି । ସେହିପରି ସାହୁଙ୍କୁ ଓଡିଶା ରିନିୱାଲ ଏନର୍ଜି ଡିପାର୍ଟମେଣ୍ଟ ଏଜେନ୍ସିର ହେପୁଟି ଡାଇରେକ୍ଟର ଓଏଏସ ବିଷ୍ଣୁ ପ୍ରିୟାଙ୍କୁ ବଦଳି କରାଯାଇ ଆଇଆଣ୍ଡ ପି ଆର ର ଡେପୁଟି ସେକ୍ରେଟାରୀ କରାଯାଇଛି । ସେହିପରି ସସ୍ମିତା ସାହୁ, ଓଏଏସ ଜିଆର ଏ (ଏସବି) ଏକ୍ସ ଡେପୁଟି କମିଶନର, ବିଏମସି, ଭୁବନେଶ୍ୱର ଙ୍କୁ ଏଗ୍ରିକଲ୍ଚରର ଡେପୁଟି ସେକ୍ରେଟାରୀ କରାଯାଇଛି । ଶାନ୍ତନୁ କୁମାର ମହାନ୍ତି, ସବକଲେକ୍ଟର ଖୋର୍ଦ୍ଧାଙ୍କୁ ହାଇୟର ଏଡୁକେସନ ଡିପାର୍ଟମେଣ୍ଟର ଡେପୁଟି ସେକ୍ରେଟାରୀ ଦାୟିତ୍ୱ ଦିଆଯିବା ସହ ମୋ କଲେଜର ଓଏସଡି ଦାୟିତ୍ୱ ଦିଆଯ।।ଇଛି ।
ଖୋର୍ଦ୍ଧା ତହସିଲଦାର ସୁଭେନ୍ଦୁ ସାମଲଙ୍କୁ ପାରେଳାଖେମୁଣ୍ଡି ଉପ ଜିଲ୍ଲାପାଳ ପଦକୁ ବଦଳି କରାଯାଇଛି । ସେହିପରି କ୍ରିଡା ଓ ଯୁବ ବିଭାଗର ଉପସଚିବ ଅଶୋକ ବେହୁରିଆଙ୍କୁ ବଦଳି କରାଯାଇ ଖୋର୍ଦ୍ଧା ସବକଲେକ୍ଟର କରାଯାଇଛି । ବିଡିଓ ଭୁବନେଶ୍ୱର ତ୍ରିଲୋଚନ ମହାନ୍ତିଙ୍କୁ ବଦଳି କରାଯାଇଛି ପିଆର ଆଣ୍ଡ ଡଡ୍ୱୁ ବିଭାଗକୁ ଉପ ସଚିବ ଭାବେ ।

Related posts

ଚତୁର୍ଦ୍ଧାମୂର୍ତ୍ତିଙ୍କ ଘୋଡ଼ଲାଗି ବେଶ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ…

mahabharatanews

ଟ୍ରେନ୍ ଦୁର୍ଘଟଣା:  ଆସିଲା ୨୯ ମୃତଦେହର DNA ରିପୋର୍ଟ

mahabharatanews

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ପାର

mahabharatanews