ଅପରାଧ

୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

(ମହାଭାରତ, ଭବାନୀପାଟଣା): ବିଗତ କିଛି ଦିନ ଧରି କଳାହାଣ୍ଡିରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ରାଜସ୍ଥାନର ଜୟପୁର ପୋଲିସ କଳାହାଣ୍ଡିର ୨ ଯୁବକଙ୍କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଗିରଫ କରିଥିଲା । ଶୁକ୍ରବାର ପୁଣି ଭବାନୀପାଟଣା ଟାଉନ ପୋଲିସ କଲେଜ ଛକ ଠାରେ ଚଢାଉ କରି ଏକ କଣ୍ଟେନରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରଛି । ଏହାସହ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଚଢାଉ ବେଳେ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଏକ କଣ୍ଟେନରେ ରାୟଗଡାରୁ ବିହାରର ପାଟନାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା । ଭବାନୀପାଟଣା ପୋଲିସ ଏହି ଖବର ପାଇବା ପରେ କଲେଜ ଛକ ଠାରେ ଗାଡିଟିକୁ ଅଟକାଇଥିଲା । ଯାଞ୍ଚ ବେଳେ କଣ୍ଟେନରରୁ କିଛି ବସ୍ତାରେ ସିଲ୍ ହୋଇଥିବା ପ୍ରାୟ ୭ କୁଇଣ୍ଟାଲରୁ ଉଦ୍ଧ୍ୱର୍ ଗଞ୍ଜେଇ ପୋଲିସ ଜବତ କରିଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନେ ବିହାରର ସମସ୍ତିନଗର ଅଞ୍ଚଳର ବୋଲି ଜଣାଯାଇଛି । ତେବେ ଚଢାଉ ବେଳେ ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର ଫେରାର ହୋଇଛି । ତେବେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Related posts

ଯୁବତୀଙ୍କୁ ଗଣବଳାତ୍କାର ପରେ ପୋଡିବାକୁ ଉଦ୍ୟମ, ପୀଡିତା ଗୁରୁତର

mahabharatanews

ନବାଗତାଙ୍କୁ ଯୌନକର୍ମୀଙ୍କ ପରି ବ୍ୟବହାର କରନ୍ତି ଅନୁରାଗ: କଙ୍ଗନା

mahabharatanews

ଗଞ୍ଜେଇ କେଶରେ ଫସିଗଲେ ପୋଲିସ ସାହେବ

mahabharatanews