ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମସ୍ତ ବିଧି ବ୍ୟବସ୍ଥା ସତ୍ୱେ କରୋନା ସଂକ୍ରମଣରେ ଲାଗୁନାହିଁ ବ୍ରେକ । ଗତକାଲି ରାଜ୍ୟରେ ୧୪୮୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ବା ୨୪ ଘଣ୍ଟା ମଧ୍ୟରେ ୧୩୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୮୧୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୨୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମଣ ୩୯୦୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିର ସଂକ୍ରମିତ ୨୮ଟି ଜିଲ୍ଲାରୁ ବାହାରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ୨୦୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୬ଜଣ, କଟକ ଜିଲ୍ଲାରୁ ୧୬୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮୩ଜଣ, କେନ୍ଦୁଝର ଜିଲ୍ଲାରୁ ୮୦ଜଣ, ଗଜପତି ଜିଲ୍ଲାରୁ ୭୫ଜଣ, ପୁରୀ ଜିଲ୍ଲାରୁ ୭୩ଜଣ, ସମ୍ବଲପୁର ଜିଲ୍ଲାରୁ ୭୨ଜଣ, ନୟାଗଡ ଜିଲ୍ଲାରୁ ୬୦ଜଣ, ମାଲକାନଗିରି ଜିଲ୍ଲାରୁ ୩୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୭ଜଣ, କୋରାପୁଟ, ବାଲେଶ୍ୱର ଜିଲ୍ଲାରୁ ୩୧ଜଣ ଲେଖା, ଯାଜପୁର ଜିଲ୍ଲାରୁ ୨୪ଜଣ, ଭଦ୍ରକ, ରାୟଗଡ଼ା ଜିଲ୍ଲାରୁ ୨୨ଜଣ ଲେଖା, ଜଗତସିଂହପୁର ଜିଲ୍ଲାରୁ ୨୧ଜଣ କନ୍ଧମାଳ ଜିଲ୍ଲାରୁ ୨୦ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫ଜଣ, ବରଗଡ଼ ଜିଲ୍ଲାରୁ ୧୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୩ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦ଜଣ, ନବରଙ୍ଗପୁର ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୫ଜଣ, ଅନୁଗୁଳ ଜିଲ୍ଲାରୁ ୪ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ବୌଦ୍ଧ ଜିଲ୍ଲାରୁ ଜଣେ ରହିଛନ୍ତି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୦୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୨୬୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୪୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୮୫୫୦୫ ସାମ୍ପୁଲ ଟେଷ୍ଟ୍ ହୋଇଛି ।
previous post
next post