ଅପରାଧଓଡିଶା

ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧରାପଡ଼ିଲେ ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ

ବାରିପଦା:- ପୁଣି ଜଣେ ସରକାରୀ ବାବୁ ପଡିଲେ ଭିଜିଲାନ୍ସ ଜାଲରେ। ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ କାର୍ଯ୍ୟାଳୟର କିରାଣୀ ପାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନ ଙ୍କ ଠାରୁ ଶଙ୍କର ନେଉଥିଲେ ଲାଞ୍ଚ । ଗଦାଧରଙ୍କ ଅବସର କାଳୀନ କ୍ଲିଅରେନ୍ସ ପାଇଁ ଶଙ୍କର ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

Former BDO in Odisha Vigilance net for misappropriating Rs 1 crore govt  funds

ତେବେ ଗଦାଧର ଏହି ବ୍ଲକ ରେ ପୂର୍ବରୁ ଭିଏଲଡବ୍ଲୁ ଭାବେ କାର୍ଯ୍ୟ କରୁଥିଲେ ।  ଅବସର ପରେ କ୍ଲିଅରେନ୍ସ ପାଇଁ ଦୀର୍ଘ ଦିନ ଧରି ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଥିଲେ ଗଦାଧର ।  ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ପାର୍ଥ ଶଙ୍କର ।  ପରେ ୨ ହଜାର ଟଙ୍କାରେ ମୂଲଚାଲ ହୋଇଥିଲା ।  ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଘଟଣାରେ ବାରିପଦା ଭିଜିଲାନ୍ସ ୟୁନିଟ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Related posts

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ

mahabharatanews

ହାଜତ ମୃତ୍ୟୁ:  କେ ରମେଶ ମସ୍ତିଷ୍କରେ ରକ୍ତ ଜମାଟ

mahabharatanews

ନୂତନ ପ୍ରଧାନଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା

mahabharatanews