ଓଡିଶା

୨୫୦ କିମି ଚାଲିଚାଲି ଘରେ ପହଞ୍ଚିଲେ ୩ ଶ୍ରମିକ

ଭବାନୀପାଟଣା: ଲକଡାଉନକୁ ନେଇ ସାରା ଦେଶରେ କଳକାରଖାନା ବନ୍ଦ ହୋଇପଡିଛି । ଫଳରେ ଏହି ସବୁ କଳକାରଖାନାରେ କାମ କରୁଥିବା ଲୋକେ କାମ ହରାଇ ବସିଛନ୍ତି । ଏତିକିରେ ସେମାନଙ୍କ ଦୁର୍ଦ୍ଦଶା ଶେଷ ହୋଇନାହିଁ । ଗୋଟିଏ ପଟେ କାମ ନ ଥିବା ବେଳେ ଅନ୍ୟ ପଟେ ଯାନବାହନ ଚଳାଚଳ ବନ୍ଦ ହୋଇପଡିଛି । ଫଳରେ ଘରକୁ ମଧ୍ୟ ଫେରି ପାରୁନାହାନ୍ତି ଏହି ଖଟିଖିଆମାନେ । ତେଣୁ ଅନେକ ଚାଲିଚାଲି ଘରକୁ ଫେରୁଥିବା ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ପର୍ଲା ଗ୍ରାମର ୩ ଜଣ ଯୁବକ ଆନ୍ଧ୍ରପ୍ରଦେଶରୁ ଚାଲିଚାଲି ଘରକୁ ଫେରିଛନ୍ତି । କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବିଜୟ ନଗରମର ଇଟାଭାଟିରେ କାମ କରିବାକୁ ଯାଇଥିଲେ । ତେବେ କରୋନା ସଂକ୍ରାମଣର ମୁକାବିଲା ପାଇଁ ଇଟାଭାଟି ମାଲିକ ଭାଟି ବନ୍ଦ କରିଦେବା ସହ ଶ୍ରମିକମାନଙ୍କୁ ନିଜ ଘରକୁ ଫେରିଯିବାକୁ କହିଥିଲେ । କିନ୍ତୁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ଥିବାରୁ ସେମାନେ ବାଧ୍ୟ ହୋଇ ପ୍ରାୟ ୨୫୦ କିଲୋମିଟରରୁ ଊର୍ଦ୍ଧ୍ୱ ବାଟ ·ଲି·ଲି ଆସି ଘରେ ପହଞ୍ଚିଛନ୍ତି । ଏହି ଶ୍ରମିକମାନେ ହେଲେ ପର୍ଲା ଗ୍ରାମର ହରିନାଥ ଗୋପାଳ (୩୫), ଜଗଦୀଶ ଗୋପାଳ (୨୪) ଓ ପୁନୀ ଗୋପାଳ (୫୦) ।

Related posts

ଆସନ୍ତାକାଲି ନୂଆଖାଇ, ପ୍ରସ୍ତୁତି ଆରମ୍ଭ  

mahabharatanews

ବୋଲେରୋ ଧକ୍କାରେ ଜଣେ ମୃତ; ଡ୍ରାଇଭର ଅଟକ

mahabharatanews

୨୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

mahabharatanews