ଓଡିଶା

୪ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ

(ଭୁବନେଶ୍ୱର) :  ୧୪ରୁ ୧୭ ଓଡିଶା ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏ ନେଇ ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ୧୪ ତାରିଖରେ ଭୁବନେଶ୍ୱର ପହଞ୍ଚିବା ପରେ ସଂଧ୍ୟାରେ କଟକ ଏସ୍‌ସିବି ମେଡିକାଲ କଲେଜରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ। ୧୫ ତାରିଖ ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥା ପକ୍ଷରୁ ଆୟୋଜିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୬ରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ସହ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡା. ସୋମନାଥ ପ୍ରସାଦ ଜେନାଙ୍କ ଲିଖିତ ଉପନ୍ୟାସ ‘ଦିଗ୍‌ବିଜୟୀ ଗଜପତି’ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୯ ସଂଧ୍ୟାରେ ରାୟପୁର ରାଜଭବନ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି।

 

Related posts

ଅସହ୍ୟ ତାତି : ପାରଦ ୪୫ ଡିଗ୍ରୀ ପାର

mahabharatanews

 ୫ରେ ପାଗ ମେଘୁଆ 

mahabharatanews

ରାଜ୍ୟରେ ଆଉ ୩୬୮୨ ସଂକ୍ରମିତ ଚିହ୍ନଟ

mahabharatanews