ଓଡିଶା

୪ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ

(ଭୁବନେଶ୍ୱର) :  ୧୪ରୁ ୧୭ ଓଡିଶା ଆସୁଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏ ନେଇ ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ୧୪ ତାରିଖରେ ଭୁବନେଶ୍ୱର ପହଞ୍ଚିବା ପରେ ସଂଧ୍ୟାରେ କଟକ ଏସ୍‌ସିବି ମେଡିକାଲ କଲେଜରେ ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ। ୧୫ ତାରିଖ ପୂର୍ବାହ୍ନରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ବିଶ୍ୱ ମାନବିକ ଅଧିକାର ସୁରକ୍ଷା ସଂସ୍ଥା ପକ୍ଷରୁ ଆୟୋଜିତ ‘ମାଟି, ମା’ ଓ ମଣିଷର ସୁରକ୍ଷା ପାଇଁ ମାନବିକ ଅଧିକାର’ ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୬ରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଭେଟିବା ସହ ଅପରାହ୍ନରେ ଓଡ଼ିଶାର ଦିଗ୍‌ବିଜୟୀ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଉପରେ ଡା. ସୋମନାଥ ପ୍ରସାଦ ଜେନାଙ୍କ ଲିଖିତ ଉପନ୍ୟାସ ‘ଦିଗ୍‌ବିଜୟୀ ଗଜପତି’ ପୁସ୍ତକ ଉନ୍ମୋଚନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ୧୯ ସଂଧ୍ୟାରେ ରାୟପୁର ରାଜଭବନ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି।

 

Related posts

ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ

mahabharatanews

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ଓଆଇଏସ୍ ନିରଞ୍ଜନ ସେଠୀ ଗିରଫ

mahabharatanews

ଏକ ଘଣ୍ଟା ଧରି ପୋଲିସ ଓ ମାଓବାଦୀ ଭିତରେ ଗୁଳି ବିନିମୟ 

mahabharatanews