ଅପରାଧ

୪ ବର୍ଷର ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ

(ସୁନ୍ଦର କୁମାର ପାଣି, କୋରାପୁଟ ): କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମରେ ମଙ୍ଗଳବାର ଦିନ ଏକ ୪ ବର୍ଷର ବାଳିକା ନିଜ ଗ୍ରାମ ଦାଣ୍ଡରେ ଖେଳୁଥିବା ସମୟରେ କାକିରିଗୁମ୍ମା ଗ୍ରାମର ଜଣେ ଟ୍ରାକ୍ଟର ଲେବର  ପ୍ରତିଦିନ ଗଲା ପରି ମଙ୍ଗଳବାର ଦିନ ମଧ୍ୟ ଯାଇ ଗୌଡ଼ଗୁଡ଼ା ଗ୍ରାମ ଦାଣ୍ଡରେ ଖେଳୁଥିବା ୪ ବର୍ଷର ବାଳିକାକୁ  ବିସ୍କୁଟ ଓ ଚକେଲେଟ୍ କିଣିଦେବା ଏବଂ ପଇସା ଦେବା ଲୋଭ ଦେଖାଇ ଶିଶୁର ହାତ ଧରି ସେହି  ଯୁବକ ନିକଟସ୍ଥ ଗ୍ରାମର ଏକ ନୀଳଗିରି ବାଡ଼କୁ ନେଇ ସେଠାରେ ଯୁବକ ୪ ବର୍ଷର ବାଳିକା ଦୁନିଆ କ’ଣ ଜାଣିନଥିବା ଶିଶୁଟିକୁ  ବିଭିନ୍ନ ପ୍ରଲୋଭନ ଦେଖାଇ ଶିଶୁ କାନ୍ଦୁଥିଲେ ସୁଦ୍ଧା ଦୁଷ୍କର୍ମ କରିଥିଲା । ବାଲିକାଟି  ବେହୋସ୍ ହୋଇ  ନୀଳଗିରି ବାଡ଼ରେ ଅଚେତ ଅବସ୍ଥାପଡିଥିଲା ।  ବାଳିକାଟିକୁ ଦରମରା ଅବସ୍ଥା  ଦେଖି  କିଛି ଉପାୟ ନପାଇ ଦୁଷ୍କର୍ମକାରି ଯୁବକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଏହାର କିଛି ସମୟ ପରେ ନିଜର ବାପା ମା ଓ ସମ୍ପର୍କୀୟ ଏବଂ ଗ୍ରାମର ଲୋକେ ମିଶି ନିଜ ଶିଶୁ କନ୍ୟାଟି ଘରେ ନଥିବା ଦେଖି ଖୋଜାଖୋଜି କରୁଥିବା ବେଳେ  ନିକଟସ୍ଥ ନୀଳଗିରି ବାଡ଼ରେ ଶିଶୁଟି ଅଚେତ ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖିଥିଲେ । ସେହି ସ୍ଥାନରୁ  ଉଦ୍ଧାର କରି ନିକଟସ୍ଥ କାକିରିଗୁମ୍ମା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ପରୀକ୍ଷା କରିବା ପରେ ଶିଶୁଟିର ଅବସ୍ଥା ଗୁରୁତର ଥିବା ହେତୁ କାକିରିଗୁମ୍ମା ଡ଼ାକ୍ତର କୋରାପୁଟସ୍ଥିତ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରିଥିଲେ  ବର୍ତ୍ତମାନ ଦୁଷ୍କର୍ମ ବାଳିକାର ଚିକିତ୍ସା ଚାଲିଥିବା ଜଣାପଡିଛି। ଏହା ପରେ ଶିଶୁର ସମ୍ପର୍କୀୟ କାକିରିଗୁମ୍ମା ଥାନାରେ ଏକ ଦୁଷ୍କର୍ମ ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିବାରୁ କାକିରିଗୁମ୍ମା ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଲିଖିତ ଅଭିଯୋଗକୁ ଭିତ୍ତି କରି କାକିରିଗୁମ୍ମା ଥାନା କେସ୍ ନଂ-୫୧/୨୦୨୦ରେ ମାମଲା ରୁଜୁ କରି ଏହି ମାମଲାକୁ ଏକ ଗୁରୁତ୍ୱ ଭାବେ ନେଇ ସଙ୍ଗେ ସଙ୍ଗେ କୋରାପୁଟ ଏସ୍‌.ପି ଙ୍କୁ ଅବଗତ କରିଥିବାରୁ କୋରାପୁଟ ଏସ୍‌.ପି ଲକ୍ଷ୍ମୀପୁର ଏସ୍‌.ଡ଼ି.ପି.ଓ ଅଶ୍ୱିନୀ କୁମାର ନାୟକ ଓ ଲକ୍ଷ୍ମୀପୁର ଥାନା ଅଧିକାରୀ ଗୌରହରି ସାହୁ ପ୍ରକାଶ କରିଛନ୍ତି।

Related posts

ମହାବିରୋଡ଼ ଗାଁରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ ୨ଜଣ ଗିରଫ

mahabharatanews

ପେଟରେ ସୁନା ପୁରାଇ ନେଉଥିବା ବେଳେ ଚୋର ଗିରଫ

mahabharatanews

ବେଆଇନ ମଦ କାରଖାନା ଠାବ,କଞ୍ଚାମାଲ ଜବତ

mahabharatanews