ଅପରାଧଓଡିଶା

ବରପୋଲିଆ ଚିଲିକା କୂଳ ନିକଟରୁ ୪୪ ଟି ମୃତ ଦେଶୀ ଓ ବିଦେଶୀ ପକ୍ଷୀ ସହ ଧରାପଡିଛି ପକ୍ଷୀ ଶିକାରୀ

ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଇଲାକାର ଦୋଛିଆଁ-ଦେଈପୁର ପକ୍ଷୀ ସୁରକ୍ଷା ଶିବିରର ଅନତି ଦୂରରେ ଥିବା ବରପୋଲିଆ ଚିଲିକା କୂଳ ନିକଟରୁ ଧରାପଡିଛି ପକ୍ଷୀ ଶିକାରୀ । ଶିକାରୀଙ୍କ ଠାରୁ ଜବତ ହୋଇଛି ୪୪ ଟି ମୃତ ଦେଶୀ ଓ ବିଦେଶୀ ପକ୍ଷୀ । ଦୁଇ ଜଣ ଶିକାରୀ ପକ୍ଷୀ ଶିକାର କରୁଥିବା ବେଳେ  ଜଣଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି ପକ୍ଷୀ ସୁରକ୍ଷା ବାହିନୀ ।  ଗିରଫ ହୋଇଥିବା ଶିକାରୀ ଜଣକ ହେଉଛି ଭୂଷଣ୍ଡପୁର ଗ୍ରାମର ପ୍ରଦୀପ ମଲ୍ଲିକ ।

ବିଷ ପ୍ରୟୋଗ କରି ପକ୍ଷୀ ଶିକାର କରାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର DFO ଅମ୍ଲାନ ନାୟକ ସୂଚନା ଦେଇଛନ୍ତି । ପ୍ରଥମେ ବିଷ ପ୍ରୟୋଗ ଦ୍ୱାରା ପକ୍ଷୀ ଶିକାର କରାଯିବା ପରେ ମୃତ ପକ୍ଷୀଙ୍କୁ ବସ୍ତା ରେ ଭର୍ତ୍ତିକରି ଦୁଇ  ଶିକାରୀ ବିକ୍ରୀ କରିବା ପାଇଁ ନେଉଥିବା ବେଳେ ପକ୍ଷୀ ସୁରକ୍ଷା ବାହିନୀ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି ସେମାନଙ୍କୁ ଧରିଥିଲା । ତେବେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଅନ୍ୟ ଶିକାରୀଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବନ୍ୟପ୍ରାଣୀ ବିଭାଗ ।

Related posts

ପାଣ୍ଠି ବୃଦ୍ଧି କରିବା ନେଇ ଗୃହରେ ସରଗରମ ଆଲୋଚନା

mahabharatanews

୧୭ରୁ ଲେଜର ସୋ’ରେ ମହାପ୍ରଭୁଙ୍କ କାଞ୍ଚି ଅଭିଯାନ

mahabharatanews

ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

mahabharatanews