ଭବନେଶ୍ବର: ଚଳିତବର୍ଷ ଏପର୍ୟ୍ୟନ୍ତ ରାଜ୍ୟରେ ୫୫.୩ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ କରାଯାଇଛି, ଯାହାକି ଗତବର୍ଷଠାରୁ ୨୧ପ୍ରତିଶତ ଅଧିକ ଥିବା ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶନିବାର ଗୃହରେ ସୂଚନା ଦେଇଛନ୍ତି। ଆଜି ବଜେଟ ଅଧିବେଶନର ୩ୟ ଦିନରେ ମଧ୍ୟ ଦେଖାଦେଇଥିଲା ହଟ୍ଟଗୋଳ । ତେବେ ଏହି ହଟଗୋଳ ମଧ୍ୟରେ ରାଜ୍ୟରେ ଧାନକ୍ରୟ ସମ୍ପର୍କିତ ସୂଚନା ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ଏପର୍ୟ୍ୟନ୍ତ ୯.୯୩ ଲକ୍ଷ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି। ଧାନ କ୍ରୟ ବାବଦରେ ଚାଷୀଙ୍କୁ ୧୦ହଜାର ୨୮୧କୋଟି ଟଙ୍କା ପ୍ରଦାନ କରାଯାଇଛି । ଚଳିତବର୍ଷ ମାର୍ଚ୍ଚ ମାସ ୩୧ ତାରିଖ ସୁଦ୍ଧା ରାଜ୍ୟରୁ ଧାନ ସଂଗ୍ରହ କରାଯିବ।
କିନ୍ତୁ ମନ୍ତ୍ରୀଙ୍କ ଉତ୍ତର ବିରୋଧୀଙ୍କୁ ସନ୍ତୁଷ୍ଟ କରିବାରେ ଅସମର୍ଥ ହୋଇଛି । ୨୧ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଥିବା ନେଇ ମନ୍ତ୍ରୀ ଉତ୍ତର ଦେଇଥିବାବେଳେ କେତେ ଅଧିକ ଧାନ ଉତ୍ପାଦନ ହୋଇଛି ସେ ନେଇ କିଛି କହି ନାହାନ୍ତି। ତେବେ ଅପରାହ୍ନ ବୈଠକରେ ବିରୋଧୀ ଦଳ ପକ୍ଷରୁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀଙ୍କ ଉତ୍ତର ସମ୍ବଳିତ କପିକୁ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଚିରି ବାଚସ୍ପତିଙ୍କ ଟେବୁଲ ଉପରକୁ ଫିଙ୍ଗି ଥିବା ଦେଖିବାକୁ ମିଳିଛି।
Remember me. buy viagra online Secure Local Drive Keep files safe on your computer and share easily when you decide.