ଓଡିଶା

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ 

(ଦେବଗଡ଼) : ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ । ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଚାଷୀମାରଣ ନୀତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଦେବଗଡ଼ ଜିଲ୍ଲା ବନ୍ଦ କରାଯାଇଛି। କଂଗ୍ରେସ ପକ୍ଷରୁ ଦେବଗଡ଼ ବନ୍ଦ ଡାକରାକୁ ଜିଲ୍ଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସମର୍ଥନ କରାଯାଇଛି। ଫଳରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଧାନବସ୍ତା ରଖି ବିରୋଧ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ମୁମ୍ବାଇ କଲିକତାକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଗାଡ଼ି ଚାଳଚଳ ବନ୍ଦ ରହିଛି।

ସୂଚନାନୁଯାୟୀ , ସେହିପରି ଦୋକାନ ବଜାର ବନ୍ଦ ରହିଛି। ଧାନ କିଣାରେ ଅଵ୍ୟବସ୍ଥାରେ ହେଉଥିବା ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।  ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି  ।

Related posts

ପ୍ରଥମ ଥର ପାଇଁ କଟକ ‘ମହାନଦୀରେ ବୋଇତ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ

mahabharatanews

ଅଞ୍ଚଳଗୁମାରେ ଭାଲୁ ଆତଙ୍କ

mahabharatanews

ଶନିବାର ଓ ରବିବାର ଛୁଟି ମଧ୍ୟ ବାତିଲ

mahabharatanews