ଓଡିଶା

ପ୍ରଥମ ଥର ପାଇଁ କଟକ ‘ମହାନଦୀରେ ବୋଇତ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହେବ

ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟକୁ ପାଳନ କରିବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ କଟକରେ ‘ମହାନଦୀରେ ବୋଇତ ପ୍ରତିଯୋଗିତା-୨୦୨୫’ ଆୟୋଜନ କରିବାକୁ ଯାଉଛନ୍ତି। ଏହି ବୋଇତ ଦୌଡ଼ ପ୍ରତିଯୋଗିତା ଚାଲୁଥିବା ବାଲିଯାତ୍ରା ପଡ଼ିଆ ନିକଟ ଗଡ଼ଗଡ଼ିଆ ଘାଟରେ ଅନୁଷ୍ଠିତ ହେବ। ଆସନ୍ତା ନଭେମ୍ବର ୧୧ ଓ ୧୨ ତାରିଖ ଦୁଇ ଦିନ ବ୍ୟାପୀ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ଆସନ୍ତା ଏଥିରେ ଓଡ଼ିଶା ସମେତ ୧୦ଟି ରାଜ୍ୟର ପୁରୁଷ ଓ ମହିଳା ଦଳ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାର ମୁଖ୍ୟ ଆକର୍ଷଣ ହେଉଛି ‘ଫ୍ଲାଏ ବୋଟ୍ ରେସ୍’।
ନଭେମ୍ବର ୧୧ ତାରିଖ ଦିନ ୧୧:୪୫ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବେ। ଦ୍ୱିତୀୟ ଦିନରେ, ଦୌଡ଼ ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବ। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟପାଳ ହରି ବାବୁ କମ୍ଭମପାଟି ଯୋଗଦେଇ ଗଣକବି ବୈଷ୍ଣବ ପାଣି ମଞ୍ଚରେ ବିଜେତାମାନଙ୍କୁ ପୁରସ୍କୃତ କରିବେ। ଏହି ବୋଇତ ପ୍ରତିଯୋଗିତା ଐତିହାସିକ ବାଲିଯାତ୍ରା ସହିତ ସମନ୍ୱିତ ହୋଇଛି, ଯାହା ପ୍ରାଚୀନ ଓଡ଼ିଆ ସାଧବମାନଙ୍କର ସାହସ ଓ ବାଣିଜ୍ୟ ଉଦ୍ୟମକୁ ସ୍ମରଣ କରାଇଥାଏ।

Related posts

୬୦ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ନ୍ଧନା କଲା ଜିଲ୍ଲଶ ବିଜେଡି

mahabharatanews

ରାଜ୍ୟହେବ ମଦମୁକ୍ତ, ନିଆଯିବ ପଦକ୍ଷେପ

mahabharatanews

ଓଏଏସ ସ୍ତରରେ ଅଦଳବଦଳ

mahabharatanews