ଓଡିଶା

ଆଜି ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ

 (ନବରଙ୍ଗପୁର) : ଆଜି ୧୨ଘଣ୍ଟିଆ ନବରଙ୍ଗପୁର ବନ୍ଦ । ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ମଙ୍ଗଳବାର ଦିନ ଏହି ବନ୍ଦ ଡାକରା ଦେଇଛି ବିଜେପି ଯୁବ ମୋର୍ଚ୍ଚା । ବନ୍ଦ ପ୍ରଭାବରେ ଯାତାୟତ ପ୍ରଭାବିତ ହୋଇଛି । ବନ୍ଦ ଡାକରା ପ୍ରଭାବରେ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ ହୋଇଛି ।

ସୂଚନାନୁଯାୟୀ , ଏହାସହ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅନ୍ୟପଟେ ବନ୍ଦ ପ୍ରଭାବରେ ଯାତାୟତ ପ୍ରଭାବିତ ହୋଇଛି । ରାସ୍ତାରେ ଅନେକ ଗାଡି ଉଭୟ ପଟେ ଅଟକି ରହିଛି । ଯେଉଁଥିଲାଗି ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି । ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚଢାଉ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ଯୁବ ମୋର୍ଚ୍ଚା ସଭାପତିଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ସହ 26 ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରାଯାଇଛି ।

Related posts

 ଆସନ୍ତା ୫ ଦିନ ପାଗ ଶୁଖିଲା

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

୨୮ରେ ଆସୁଛି ଆଉ ଏକ ଲଘୁଚାପ: ସ୍କାଏମେଟ

mahabharatanews

Leave a Comment