ଓଡିଶା

୩୧ରୁ ପୁଣି ଭିଜିପାରେ ଓଡିଶା

(ଭୁବନେଶ୍ୱର) : ଥରୁଛି ସାରା ଓଡ଼ିଶା । ରାଜ୍ୟକୁ ଫେରିଛି ଶୀତ । ଅନ୍ୟପଟେ ବାୟୁମଣ୍ଡଳରେ ଜଳିୟବାଷ୍ପ ପରିମାଣ ଅଧିକ ରହୁଥିବାରୁ ରାଜ୍ୟର କିଛି ଜିଲ୍ଲାରେ ଘନ କୁହୁଡି ଦୃଶ୍ୟମାନ ହୋଇଛି । ସୁନ୍ଦରଗଡ଼ର ତାପମାତ୍ରା ୮ ଡିଗ୍ରୀକୁ ଖସିଛି । ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ପ୍ରଭାବରେ ଜାଡ ବଢିଥିବା ପାଣିପାଗ ବିଭାଗ କହିଛି ।

ସୂଚନାନୁଯାୟୀ ,ସେପଟେ ୩୧ ତାରିଖରୁ ପୁଣି ଭିଜିପାରେ ଓଡିଶା । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖ ସକାଳ ଯାଏ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

Related posts

କାଣ୍ଡସରରେ ୨୯ତମ ବାର୍ଷିକୀ ଶ୍ରୀମଦ୍ ରାମଚରିତ ମାନସ ପାରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ

mahabharatanews

ନିଜସ୍ୱ ଖର୍ଚ୍ଚରେ ରାସ୍ତା କରି ଉଦାହରଣ ସୃଷ୍ଟି କଲେ ଗ୍ରାମବାସୀ

mahabharatanews

ସ୍କୁଲ ଖୋଲିବାରେ ଅସୁବିଧା ନାହିଁ: ଏସସିଆରଏସସି

mahabharatanews