ଓଡିଶା

ରାଜ୍ୟରେ ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ

(ମହାଭାରତ,ଭୂବନେଶ୍ୱର): ରାଜ୍ୟର ୧୭ଟି ଜିଲ୍ଲାରୁ ଶନିବାର ୧୮୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୫ ଜଣ, ବାଲେଶ୍ୱରରୁ ୩୧, ଗଜପତି ୧୨, ଭଦ୍ରକ ୧୦, ଝାରସୁଗୁଡ଼ା ଓ ଜଗତ୍ସିଂହପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୫ ଓ ପୁରୀରୁ ୫, ସୁନ୍ଦରଗଡ଼ ୪, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ, କଟକ ୨, ଅନୁଗୁଳ, ଯାଜପୁର, କନ୍ଧମାଳ ଓ ମୟୂରଭଂଜ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ଉଲ୍ଲେଖେଯାଗ୍ୟ, ରାଜ୍ୟରେ ଏପର୍ୟ୍ୟନ୍ତ ୨ ଲକ୍ଷ ୪୯ ହଜାର ୯୦୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଶନିବାର ସୁଦ୍ଧା ମୋଟ ୬୩୫୦ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୪ ହଜାର ୬୦୬ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧ ହଜାର ୫୫୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts

ଆସନ୍ତା ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରିବେ ରାଜ୍ୟ ସରକାର

mahabharatanews

ଜମି ମାମଲା ନେଇ ଯୁବକଙ୍କୁ ପୋଲିସର ମାଡ଼ ଅଭିଯୋଗ

mahabharatanews

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

mahabharatanews

Leave a Comment