ଅପରାଧ

ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ପ୍ରଥମ ଗିରଫଦାରି

ଭୁବନେଶ୍ୱର: ଇମ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ପ୍ରଥମ ଗିରଫଦାରି ହୋଇଛି । କ୍ରାଇମବ୍ରାଞ୍ଚ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ଏହି ଗିରଫଦାରି ହୋଇଛି । ଏମାନେ ହେଲେ ଅନିରୁଦ୍ଧ ପଣ୍ଡା, କୃଷ୍ଣଚନ୍ଦ୍ର ବେହେରା, ସିକ୍ୟୁରିଟି ଗାର୍ଡ ବିଜୟ ରାଉତ ଓ ଅନ୍ୟ ଜଣେ । ଏମାନଙ୍କ ନାମରେ ନାବାଳିକାଙ୍କ ମା’ ଅଭିଯୋଗ କରିଥିଲେ ।
ଲକଡାଉନର ପ୍ରାରମ୍ଭିକ ଅବସ୍ଥାରେ ଅର୍ଥାତ୍ ମାର୍ଚ୍ଚ ଶେଷ ଓ ଏପ୍ରିଲ ମଧ୍ୟଭାଗରେ ଓଟିଭିରେ ଠିକା କର୍ମାଚରୀ ଭାବେ କାର୍ଯ୍ୟ କରିଥିବା ଜଣେ ମହିଳା ଅଗଷ୍ଟ ୩୦ ତାରିଖରେ ତାଙ୍କ ଝିଅ ନାବାଳିକା ଝିଅ ପ୍ରତି ଗଣଦୁଷ୍କର୍ମ ହୋଇଥିବା ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ । ଏହି ଗଣଦୁଷ୍କର୍ମରେ ଉକ୍ତ ମହିଳା ସେ ପୂର୍ବରୁ କାର୍ଯ୍ୟ କରୁଥିବା ଓଟିଭିର ୪ ଜଣ କର୍ମଚାରୀଙ୍କ ସମେତ ଜଣେ ପୁଲିସ କର୍ମଚାରୀ ଓ ଅନ୍ୟ ଦୁଇ ଜଣଙ୍କ ନାମରେ ଅଭିଯୋଗ କରିଥିଲେ । ତେବେ ସିବିଆଇ କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଗଠିତ ଏସଆଇଟି ମାମଲାର ତଦନ୍ତ କରିବା ଦାବିରେ କୋର୍ଟରେ ୨ଟି ପୃଥକ ଆବେଦନ ହୋଇଛି ।

 

Related posts

ଲୁଟର ପର୍ଦ୍ଦାଫାଶ କଲା ପୋଲିସ

mahabharatanews

ସାଢେ ଚାରି କେଜିର ବ୍ରାଉନ ସୁଗାର ଜବତ

mahabharatanews

ଚାଲାଣ ବେଳେ ୧୬ପେଟି କଫସିରପ ଜବତ

mahabharatanews