ଅପରାଧ

ବଲାଙ୍ଗିରରେ ଆଦିବାସୀ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ

କଣ୍ଟାବାଞ୍ଝି: ବଲାଙ୍ଗିର ଜିଲ୍ଲାରେ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମ ନେଇ ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗ ଆଧାରରେ ପୁଲିସ ଜଣେ ଯୁବକକୁ ଗିରଫ କରିଥିବା ସୂଚନା ରହିଛି । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନା ଅଧୀନରେ ଏପରି ଘଟଣା ଘଟିଛି । ଗତ ୧୧ ତାରିଖ ରାତିରେ ନାବାଳିକା ଦୁଷ୍କର୍ମ ଶିକାର ହୋଇଥିଲା ।
କଣ୍ଟାବାଞ୍ଝି ଥାନା ଅଧୀନରେ ଜଣେ ୧୭ ବର୍ଷୀୟା ଆଦିବାସୀ ନାବାଳିକା ଘରୁ କୁଆଡେ ଚାଲିଯାଇଥିଲା। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ବହୁ ଖୋଜାଖୋଜି କରିବା ପରେ ମୁରିବାହାଲ ଥାନା ଅଧୀନ ସୁକୁନିପଦର ଗାଁର ଜଣେ ଯୁବକ ଶୁକମନି ଚିନାଗୁନ ପାଖରେ ଥିବା ଜାଣିବାକୁ ପାଇଥିଲା । ପୁଲିସ ଅଭିଯୁକ୍ତର ଗାଁକୁ ଯାଇ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ପରିବାର ଲୋକେ ଝିଅକୁ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲେ ଶୁକମନି ତାକୁ ଅପହରଣ କରି ନେଇ ତା ଘର ସହ ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିଥିଲା । ଏନେଇ ଥ।।ନାରେ ଅଭିଯୋଗ ହୋଇଛି । କଣ୍ଟାବାଞ୍ଝି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର ଏହି ମାମଲାର ତଦନ୍ତ କରୁଛନ୍ତି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।

SR

Related posts

ସୁପ୍ରିମକୋର୍ଟଙ୍କ ଗେଟ୍ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ଯୁବତୀଙ୍କ ମୃତ୍ୟୁ

mahabharatanews

ପେଣ୍ଠକଟା ତେଲୁଗୁ ବସ୍ତିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

mahabharatanews

ଏହି କାରଣରୁ ପୋଲିସ ଗୁଳିରେ ମରିଲା ଦୁଷ୍କର୍ମକାରୀ

mahabharatanews