ଓଡିଶା

ଶନିବାର ପ୍ରକାଶ ପାଇବ +୨ ଆର୍ଟସ୍ ଫଳାଫଳ

ଭୁବନେଶ୍ୱର: କରୋନା ପାଇଁ ଖାତା ଦେଖାରେ ବିଳମ୍ବତା ପାଇଁ ଏପର୍ଯ୍ୟନ୍ତ +୨ ଆର୍ଟସ୍ ଫଳାଫଳ ଏପର୍ଯ୍ୟନ୍ତ ବାହାରି ପାରି ନ ଥିବା ବେଳେ ଶନିବାର ଫଳ ପ୍ରକାଶ ପାଇବାକୁ ନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଅପରାହ୍ନ ୪ ଟା ବେଳେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସାର୍ବଜନୀନ କରିବେ। ଛାତ୍ର ଛାତ୍ରୀମାନେ ପରିଷଦର ୱେବସାଇଟରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ କଳାରେ ୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା ରଖା ଯାଇଥିଲା। ତେବେ ପରିଷଦର ଦୁଇ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ଏହି କାର୍ଯ୍ୟକୁ ଘୁଞ୍ଚାଯାଇଥିଲା। ଗତବର୍ଷ କଳାରେ ପାସ୍ ହାର ଥିଲା ୬୫.୮୯ ପ୍ରତିଶତ ରହିଛି।

Related posts

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews

ବୁଲା ବିକାଳୀଙ୍କୁ ରେଲୱେ କର୍ମଚାରୀଙ୍କ ମାଡ, ଭିଡିଓ ଭାଇରାଲ

mahabharatanews

ସରକାରୀ ତହବିଲ ଆତ୍ମସାତରେ ମାଷ୍ଟର ପ୍ରଣବ ବଳବନ୍ତରାୟ

mahabharatanews