ଭୁବନେଶ୍ୱର: +୨ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର। ଏପ୍ରିଲ ୨୮ ତାରିଖରୁ +୨ ବୋର୍ଡ ପରୀକ୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଅଫଲାଇନରେ ଦେବେ ପରୀକ୍ଷା । ଗ୍ରୀଷ୍ମ ପ୍ରବାହ ପାଇଁ ସକାଳୁ ଗୋଟିଏ ସିଟିଂରେ ପରୀକ୍ଷା ହେବ । ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ ହୋଇଛି । ନିଜ ଶିକ୍ଷକଙ୍କ ଦ୍ୱାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଅନ୍ୟପଟେ ଦୁଇଟି ପଦ୍ଧତିରେ ମୂଲ୍ୟାଙ୍କନ ହେବ । ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ । ସେହିପରି ଦ୍ୱତୀୟରେ ବାର୍ଷିକ ପରୀକ୍ଷାରେ ୮୦% ଓ କ୍ବାର୍ଟର ଏଣ୍ଡର ୨୦% ୱେଟେଜ ଅନୁସାରେ ମାର୍କ ଦିଆଯିବ ।
previous post