ବିଶ୍ୱ

ରୁଷ୍‌ର ମିସାଇଲ୍‌: ୩୦ ଆହତ

(ରୁଷ୍):  ଶୁକ୍ରବାର ଦିନ ରୁଷ୍‌ର ଗୋଟାଏ କ୍ଷେପଣାସ୍ତ୍ର ପୂର୍ବାଞ୍ଚଳ ୟୁକ୍ରେନ୍‌ ସହର ନିପ୍ରୋରେ ଥିବା ଏକ କ୍ଲିନିକ୍‌ରେ ପଡ଼ିବାରୁ ୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ଜଣ ଆହତ ହୋଇଛନ୍ତି।

ସୂଚନାନୁଯାୟୀ,  କ୍ଷେପଣାସ୍ତ୍ର ପଡ଼ିବା ବେଳେ କ୍ଲିନିକ୍‌ ପାଖ ଦେଇ ଯାଉଥିବା ଜଣେ ୬୯ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ କ୍ଲିନିକ୍‌ର ଭଙ୍ଗାରୁଜା ଅଂଶ ଭିତରୁ ଆଉ ଜଣଙ୍କର ଶବ ଉଦ୍ଧାର କରାଯାଇଛି। ୨ଜଣ ପିଲାଙ୍କ ସମେତ ଏହି ଆକ୍ରମଣରେ ୩୦ଜଣ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ସମୟରେ କ୍ଲିନିକ୍‌ ଭିତରେ ଥିବା ଆଉ ୩ଜଣ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହୋଇପାରି ନାହିଁ।

Related posts

ଜୀବନ୍ତ ଉଦ୍ଧାର ହେଲେ ନିଖୋଜ ପର୍ବତାରୋହୀ ଅନୁରାଗ ମାଲୁ

mahabharatanews

ଭାରତୀୟ ପୁଞ୍ଜି ବଜାରରୁ ମୁହଁ ଫେରାଉଛନ୍ତି ବିଦେଶୀ ନିବେଶକ ।

mahabharatanews

ଚାଇନା ବିମାନ ଦୁର୍ଘଟଣା: ୧୩୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ

mahabharatanews