(ମୁମ୍ବାଇ) : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫାର୍ମ ହାଉସରେ ୨ ଅଜଣା ବ୍ୟକ୍ତି । ଅନେକ ଥର ମୃତ୍ୟୁ ଧମକ ଦିଆଯାଇଥିଲା । ଯେଉଁଥିପାଇଁ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା । ଏପରିକି ତାଙ୍କୁ Z ପ୍ଲସ୍ ସିକ୍ୟୁରିଟି ମଧ୍ୟ ଦିଆଯାଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଆଉ ଏକ ବଡ ଖବର ଆସୁଛି, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଜବରଦସ୍ତ ସଲମାନ ଖାନଙ୍କ ପାନଭେଲ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଉଭୟ ଅଭିଯୁକ୍ତଙ୍କୁ ଫାର୍ମ ହାଉସରେ ପ୍ରବେଶ କରିବା ପୂର୍ବରୁ ସୁରକ୍ଷା କର୍ମୀ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ସୂଚନାନୁଯାୟୀ , ଅଭିଯୁକ୍ତ ତାର ଭାଙ୍ଗି ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ଅଭିନେତା ସେଠାରେ ଉପସ୍ଥିତ ନଥିଲେ। ବର୍ତ୍ତମାନ ପୋଲିସ ସେମାନଙ୍କୁ ଗିରଫ କରିଛି। ଉଭୟଙ୍କ କାର୍ଯ୍ୟକଳାପ ସନ୍ଦେହଜନକ କିନ୍ତୁ ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସଲମାନ ଖାନଙ୍କ ପ୍ରଶଂସକ ବୋଲି ଘୋଷଣା କହିଛନ୍ତି ।