ଓଡିଶା

କୁଆଖାଇ ନଦୀରେ ଭାସିଯାଇ ୨ ଯୁବକ ନିଖୋଜ

ଗାଧୋଇବା ବେଳେ ଭାସିଯାଇଥିଲେ

କଟକ: କୁଆଖାଇ ନଦୀରେ ଭାସିଯାଇ ଦୁଇ ଯୁବକ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି। କଟକର ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। ବ୍ରିଜ ନିକଟରେ ୨ଟି ବାଇକ ଥିବାବେଳେ ଭାସିଯାଇଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ ଜାରି ରଖିଛି। ସୂଚନା ଅନୁସାରେ ଭୁବନେଶ୍ୱର ପଟିଆ ଅଞ୍ଚଳର ୫ ଜଣ ଯୁବକ ଆଜି ଗାଧୋଇବା ପାଇଁ କୁଆଖାଇ ବ୍ରିଜ ତଳକୁ ଯାଇଥିଲେ। ହେଲେ ସେଠାରେ ପାଣିର ସ୍ରୋତ ଅଧିକ ଥିବାରୁ ଦୁଇ ଜଣ ଭାସି ଯାଇଥିଲେ। ବାକି ତିନି ଜଣ ସୁରକ୍ଷିତ ଥିବା ଜଣାପଡିଛି। ବାକି ତିନି ଜଣଙ୍କୁ ପୁଲିସ ପଚରାଉଚୁରା କରୁଥିବା ଜଣାପଡିଛି। ପ୍ରଥମେ ପ୍ରଥମେ ସେମାନେ କିଛି କହିବା ପାଇଁ ଚାହୁଁ ନଥିଲେ ମଧ୍ୟ ସେମାନେ ପଟିଆରୁ ଆସିଥିବା ପୁଲିସକୁ କହିଛନ୍ତି। ତେବେ ଭାସିଯାଇଥିବା ଯୁବକଙ୍କର ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ। ଅଗ୍ନିଶମ ବାହିନୀ ପକ୍ଷରୁ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି। ତେବେ ସେମାନେ ଭାସିଯାଇଥିବା ସ୍ଥାନରେ ପାଣି ଅଧିକ ରହିଛି। ତେବେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Related posts

୧୫ ସୁଦ୍ଧା ଶ୍ରୀମନ୍ଦିର କାମ ସାରିବାକୁ ନିର୍ଦେଶ ଦେଲେ ଭି କେ ପାଣ୍ଡିଆନ୍ 

mahabharatanews

ପୋଖରୀରେ ବୁଡି ଯୁବକ ମୃତ

mahabharatanews

ଖରସ୍ରୋତା ନିଖୋଜ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

mahabharatanews