ଓଡିଶାରାଜନୀତି

ସେପ୍ଟେମ୍ବରରେ ଓଡି଼ଶା ଆସିବେ ଜେପି ନଡ୍ଡା

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ସେପ୍ଟେମ୍ବର ଶେଷ ସପ୍ତାହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଜେପି ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ବିଜେପିର ୩ ପ୍ରମୁଖ ଚେହେରା ଆସନ୍ତା ମାସରେ ଓଡି଼ଶା ଗସ୍ତରେ ଆସୁଛନ୍ତି। ସୂଚନା ଅନୁସାରେ ମିଶନ ୨୦୨୪ ଲାଗି ବିଜେପି ଫକୋସରେ ଓଡି଼ଶା ରହିଛି। କେବେ ଓଡି଼ଶା ନୁହେଁ ପଶ୍ଚିମବଙ୍ଗକୁ ମଧ୍ୟ ଫୋକସରେ ରଖିଛି। ଏଥିପାଇଁ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ତୃଣମୂଳସ୍ତରରୁ ଦଳକୁ ସୁଦୃଢ କରିବା ପାଇଁ ବିଜେପିର ତୁଙ୍ଗ ନେତୃତ୍ୱମାନେ ଓଡି଼ଶା ମୁହାଁ ହେଉଛନ୍ତି। ସେଥିପାଇଁ ଶେଷ ସପ୍ତାହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଆସିବେ। ସେହିପରି ତୃତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ସଂଗଠନ ମହାମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସେପ୍ଟେମ୍ବର ୫ ଓ ୬ ତାରିଖରେ ବିଜେପିର ନୂଆ ପ୍ରଭାରୀ ପୱନ ବଂଶଲ ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ନଡ୍ଡାଙ୍କ ଗସ୍ତ ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡି଼ଶା ଗସ୍ତ ଅବସରରେ ରାଜ୍ୟ ବିଜେପି ବେଶ ଚଳଚଞ୍ଚଳ ହୋଇଥିଲା। ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Related posts

୪୪ଟି ଅସ୍ଥାୟୀ ମାର୍କେଟ ଖୋଲିବ ବିଏମସି

mahabharatanews

୨୫୦ କିମି ଚାଲିଚାଲି ଘରେ ପହଞ୍ଚିଲେ ୩ ଶ୍ରମିକ

mahabharatanews

ମଞ୍ଜୁଲତା କହଁର ହେଲେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର

mahabharatanews