ଅପରାଧଓଡିଶା

ଦେଶୀ ମଦ ତିଆରି ଆଡ୍ଡା ଉପରେ ଚଢାଉ, ୨୦ ଲିଟର ଜବତ

(ମହାଭାରତ, ସୁବର୍ଣ୍ଣପୁର) :ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବଲାଡି ଓ ବୁଦେଲବାହାଲି ଜଙ୍ଗଲରୁ ବେଆଇନ ଦେଶୀମଦ ଜବତ ହୋଇଛି । ସୋନପୁର ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ସକାଳେ ଏଠାରେ ଚଢାଉ ହୋଇଥିଲା । ଚଢାଉ ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଦେଶୀ ମଦ ସମେତ ବିପୁଳ ମାତ୍ରାର ମହୁଲି ମଧ୍ୟ ଜବତ କରିଥିଲେ । ଶନିବାର ସକାଳେ ଏଠାରେ ନିକଟସ୍ଥ ଜଙ୍ଗଲରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡାର ଠିକଣା ପାଇବା ପରେ ଅବକାରୀ ବିଭାଗ ଅଧିକାରୀମାନେ ଚଢାଉ କରିଥିଲେ । ଜିଲ୍ଲା ଅବକାରୀ ବିଭାଗ ଇନ୍ସପେକ୍ଟର ପ୍ରଶାନ୍ତ କୁମାର କହଁରଙ୍କ ନେତୃତ୍ୱରେ ଏକ ଟିମ୍ ଏଠାରେ ଚଢାଉ କରିଥିଲା । ଚଢାଉ ସମୟରେ ଘଟଣାସ୍ଥଳରୁ ୨୦ ଲିଟର ଦେଶୀ ମଦ ଓ ୬ କୁଇଣ୍ଟାଲରୁ ଉଦ୍ଧ୍ୱର୍ ମହୁଲି ଜବତ ହୋଇଥିଲା । ତେବେ ଚଢାଉ ବିଷୟରେ ଖବର ପାଇ ଦେଶୀ ମଦ ପ୍ରସ୍ତୁତ ଓ କାରବାରରେ ସମ୍ପୃକ୍ତ ବ୍ୟବସାୟୀମାନେ ଏଠାରୁ ଫେରାର ହୋଇଯାଇଥିଲେ । ଅବକାରୀ ବିଭାଗ ବିପୁଳ ମାତ୍ରାରେ ରନ୍ଧା ଦେଶୀ ମଦ ଜବତ କରିବା ପରେ ଦୀର୍ଘ ଦିନ ଧରି ଜଙ୍ଗଲ ଭିତରେ ଚାଲୁଥିବା ଦେଶୀ ମହୁଲି ମଦ ପ୍ରସ୍ତୁତି ଓ ଏହାର ବ୍ୟବସାୟର ଗୁମର ପଦାକୁ ଆସିଛି ।

Related posts

ପାଣି ଉଠାଉବାବେଳେ କାଉଡିଆ ନିଖୋଜ

mahabharatanews

ଘରେ ନିଆଁ ଲାଗି ସହକାରୀ ବନଅଧିକାରୀ ଗୁରୁତର

mahabharatanews

ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

mahabharatanews

Leave a Comment