ଓଡିଶା

ଅଟୋ ଧକ୍କାରେ ୨ ଶିକ୍ଷୟିତ୍ରୀ ମୃତ

(ମହାଭାରତ, ପିପିଲି): ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସ୍କୁଟି ସହ ଅଟୋର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ସ୍କୁଲ ଶିକ୍ଷୟିତ୍ରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି । ମୃତ ଶିକ୍ଷୟିତ୍ରୀ ଦ୍ୱୟ ସ୍ଥାନୀୟ ପୀତବାସ ୟୁଜି ଏମଇ ସ୍କୁଲର ସ୍ନେହଲତା ସାହୁ ଓ ଶୁଭଲକ୍ଷ୍ମୀ ପରିଡା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶନିବାର ସକାଳୁଆ ସ୍କୁଲ ଥିବାରୁ ଉଭୟ ସ୍କୁଟି ଯୋଗେ ଆସୁଥିଲେ । ଅଳ୍ପ ସମୟ ଭିତରେ ସ୍କୁଲରେ ପହଞ୍ଚିବା ପୂର୍ବରୁ ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସାମ୍ନାରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Related posts

ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ

mahabharatanews

ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର

mahabharatanews

ଆରପାରିରେ ସଙ୍ଗୀତ ଜଗତର ବେତାଜ୍ ବାଦଶାହ: ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

mahabharatanews