ଓଡିଶା

୩୦ ଜିଲାରୁ ଆଉ ୨ ହଜାର ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୦ ଜିଲାରୁ ଆଉ ୨ ହଜାର ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧ ହଜାର୨୫୧ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଥିବା ବେଳେ ୮୮୭ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯ରେ ପହଞ୍ଚିଛି। ୨,୩୮,୫୩୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪,୪୫୭ ଚିକିତ୍ସାଧୀନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୬୧, କଟକରୁ ୧୫୬ ଓ ଗଜପତିରୁ ସର୍ବନିମ୍ନ ୮। ଅନୁଗୁଳରୁ ୧୫୧, ବାଲେଶ୍ୱର ୫୭, ବରଗଡ଼ ୭୩, ଭଦ୍ରକ ୪୭, ବଲାଙ୍ଗୀର ୭୯, ବୌଦ୍ଧ ୨୧, ଦେଓଗଡ଼ ୯, ଢେଙ୍କାନାଳ ୩୮, ଗଞ୍ଜାମ ୧୮, ଜଗତସିଂହପୁର ୬୬, ଯାଜପୁର ୭୧, ଝାରସୁଗୁଡ଼ା ୫୫, କଳାହାଣ୍ଡି ୫୧, କନ୍ଧମାଳ ୨୪, କେନ୍ଦ୍ରାପଡ଼ା ୭୨, କେନ୍ଦୁଝର ୪୬, କୋରାପୁଟ ୩୮, ମାଲକାନଗିରି ୫୫, ମୟୁରଭଞ୍ଜ ୧୧୯, ନବରଙ୍ଗପୁର ୨୧, ନୟାଗଡ଼ ୩୧, ନୂଆପଡ଼ା ୪୧, ପୁରୀ ୭୩, ରାୟଗଡ଼ା ୨୫, ସମ୍ବଲପୁର ୫୩, ସୋନପୁର ୮୦, ସୁନ୍ଦରଗଡ଼ ୧୩୭, ଷ୍ଟେଟ ପୁଲରୁ ୬୨ ଚିହ୍ନଟ ହୋଇଛନ୍ତି।

Related posts

୨୩ ଜିଲ୍ଲାରୁ ୪୯୪ କରୋନା ପଜିଟିଭ ଚିହ୍ନଟ, ୧୫ ହଜାର ଟପିଲା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

କରୋନା ପଜିଟିଭ ଚିହ୍ନଟ ପରେ ଗାଁ ସାନିଟାଇଜରରେ ବିଶୋଧିତ

mahabharatanews

‘ଏଣିକି ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ’ 

mahabharatanews