ଓଡିଶା

‘ଏଣିକି ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ’ 

(ଭୁବନେଶ୍ୱର) : ବିଏମସି ପକ୍ଷରୁ ସବୁ ସ୍କୁଲରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ। ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଘର ଘର ଅଭିଯାନରେ ଏଯାଏ ୪ ହଜାର ୩୦୯ ଘରକୁ ପହଞ୍ଚିଛି ବିଏମସି।

ସୂଚନାନୁଯାୟୀ , ବିଭିନ୍ନ ୱାର୍ଡରେ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିବା ସହ ହଜାରେରୁ ଅଧିକ ମଶା ଲାର୍ଭା ଉତ୍ପତ୍ତି ସ୍ଥଳ ନଷ୍ଟ କରାଯାଇଛି। ଭୁବନେଶ୍ୱରରେ ଏଯାବତ ୧୧୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ୪୭୧ ରୋଗୀ ହସ୍ପିଟାଲରୁ  ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୫୦ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Related posts

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

mahabharatanews

ହଳଦିଆ ଗାଁ ଜଙ୍ଗଲରେ ୨୭ ଟିକିଆ ହାତୀପଲ, ଲୋକେ ଭୟଭୀତ

mahabharatanews

 ଆଜିଠୁ ଓଜେଇଇ ପରୀକ୍ଷା

mahabharatanews