କଟକ: ଗତକାଲି କଟକର ଏକ କଲେଜରୁ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିବା ପରେ ଆଜି ମଧ୍ୟ ଅନ୍ୟ ଏକ ଅନୁଷ୍ଠାନରୁ ୧୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଶିକ୍ଷାନୁଷ୍ଠାନର କର୍ମଚାରୀ ଥିବା ଜଣାପଡ଼ିଛି। ଏହାପରେ ଆସନ୍ତା ୩୦ ତାରିଖ ପର୍ୟ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏ ପର୍ୟ୍ୟନ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ପରେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । କଲେଜର ଜଣଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅନ୍ୟମାନଙ୍କର ଟେଷ୍ଟ କରାଇଥିଲା। ଅପରପକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଏକ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ୬ ଜଣ ଛାତ୍ରଛାତ୍ରୀଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଟିମ୍ ସେହି କଲେଜର ୯୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାବ୍ ସଂଗ୍ରହ କରି କରୋନା ଟେଷ୍ଟ କରିଥିଲେ ।
