ଓଡିଶା

ସ୍ମାର୍ଟ ସିଟିରେ ଖୋଲିବ ୨୪ ଘଣ୍ଟିଆ ଦୋକାନ, ବଢିବ ନିଯୁକ୍ତି

ବିଧାନସଭାରେ ପାରିତ ହେଲା ଓଡିଶା ଦୋକାନ ଏବଂ ବାଣିଜି୍ୟକ ପ୍ରତିଷ୍ଠାନ ସଂଶୋଧନ ବିଲ । ସ୍ମାର୍ଟ ସିଟିରେ ୨୪ ଘଣ୍ଟିଆ ଖୋଲିବ ଦୋକାନ । ଅଧିକ ନିଯୁକ୍ତି ସୃଷ୍ଟି ହେବ, ବାଣିଜ୍ୟ ପାଇଁ ସହଜ ହେବ କହିଲେ ମନ୍ତ୍ରୀ । ପ୍ରତି ବ୍ଲକରେ ନିଯୁକ୍ତ ହେବେ ଶ୍ରମ ଅଧିକାରୀ, ସହକାରୀ ଅଧିକାରୀ ଅଧିକାରୀ । ରାତିରେ କାମ କରୁଥିବା ମହିଳାଙ୍କ ପାଇଁ ହେବ ଗାଡି ବ୍ୟବସ୍ଥା, ଲାଗିବ ଜିପିଏସ । ରାତିରେ ମହିଳା କର୍ମଚାରୀଙ୍କୁ କାମ କରିବାକୁ ବାଧ୍ୟ କରିହେବ ନାହିଁ । ମହିଳାଙ୍କ ସମ୍ମତି ପରେ ଉପଯୁକ୍ତ ସୁରକ୍ଷା ଓ ମର୍ଯ୍ୟାଦାର ସହ କରିପାରିବେ କାମ । ବିଲ ଅନୁଯାୟୀ କର୍ମଚାରୀମାନେ ସର୍ବାଧିକ ୯ରୁ ୧୦ ଘଣ୍ଟା କରିବେ କାମ । ହେଲେ ସପ୍ତାହକୁ କାମ କରିବାର ସୀମା ରହିବ ୪୮ ଘଣ୍ଟା

Related posts

ବାହାନଗା ହାଇସ୍କୁଲ ହେବ ମଡ଼େଲ ସ୍କୁଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ଆଜି ବନକ ଲାଗି ନୀତି; ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

୩ଟା ଯାଏ ଗୃହ ମୁଲତବୀ

mahabharatanews