ଓଡିଶା

ବାହାନଗା ହାଇସ୍କୁଲ ହେବ ମଡ଼େଲ ସ୍କୁଲ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

(ବାହାନଗା)  : ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଆକ୍ସନ ମୁଡ଼ ରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାଣ ହରାଇଥିବା ମୃତକଙ୍କ ଶରୀରକୁ ରଖାଯାଇଥିବା ବାହାନଗା ହାଇସ୍କୁଲର ହେବ ପୁନଃ ନିର୍ମାଣ  କେବଳ ସେତିକି ନୁହେଁ  5T ଉପକ୍ରମରେ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ନିର୍ମାଣ କରାଯିବ ।  ଏହି ସ୍କୁଲକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ ।

ସୂଚନାନୁଯାୟୀ , ବାହନଗା ରେଳ ଷ୍ଟେସନରେ ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ କିଛି ସମୟ ପାଇଁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା । ପରେ ମୃତଦେଗୁଡ଼ିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ପିଲାମାନେ ସ୍କୁଲ ଯିବାକୁ ଡରୁଥିବାରୁ ଅଭିଭାବକ ମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ସ୍କୁଲଘର ଭାଙ୍ଗି ଏହାର ପୁନଃନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।

Related posts

ପୁରୀରେ ପହଞ୍ଚିଲା ରଥ ଦଉଡ଼ି

mahabharatanews

ବିଶ୍ୱସ୍ତରୀୟ ବଲାଙ୍ଗୀବନ୍ଧ ପାର୍କ କାମ ଶେଷ କରିବାକୁ ମନ୍ତ୍ରୀଙ୍କ ତତ୍ପରତା

mahabharatanews

ଛଟପଟ ହେଉଛନ୍ତି ଓଡ଼ିଶା ବାସୀ ;୬ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି

mahabharatanews