ଓଡିଶା

+୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ମାର୍ଚ୍ଚ ୧ରୁ ଆରମ୍ଭ ହେବ ପାଠପଢ଼ା

ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଠପଢ଼ା ମାର୍ଚ୍ଚ ୧ ତାରିଖଠାରୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ବିଶ୍ବବିଦ୍ୟାଳୟ, ସରକାରୀ ତଥା ଘରୋଇ ମହାବିଦ୍ୟାଳୟକୁ ଚିଠି ଲେଖିଛନ୍ତି । ରାଜ୍ୟରେ ସ୍ନାତକ ଓ ସ୍ନାତକୋତ୍ତର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ୨୦୨୧ ଜାନୁଆରୀ ୧୧ ତାରିଖଠାରୁ ଅଫ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହୋଇଯାଇଛି ।
କୋଭିଡ୍-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିପାରି ନଥିବାରୁ ଯୁକ୍ତ ୩ ପ୍ରଥମ ବର୍ଷର ପିଲାଙ୍କ ପାଠପଢ଼ା ଅଫ୍‌ଲାଇନ୍‌ରେ ହୋଇପାରୁନାହିଁ। ଅନ୍ୟପଟେ ପାଠପଢ଼ା ଶୀଘ୍ର ଆରମ୍ଭ ନ କରାଗଲେ ଯୁକ୍ତ ୩ ଶ୍ରେଣୀର ପିଲାମାନେ ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କା ଦେଖାଯାଇଛି ।

Related posts

 ଯୋଗାଯୋଗରୁ  ବିଚ୍ଛିନ୍ନ ହେଲା ଚିତ୍ରକୋଣ୍ଡା,ହନ୍ତସନ୍ତ ଲୋକେ  

mahabharatanews

ଭି ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ କବିସୂର୍ଯ୍ୟନଗର ବିଧାୟିକା ଙ୍କ ଶୋକ

mahabharatanews

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews